ଏଇ ଭାରତରେ

ଗୁଜରାଟର ଟ୍ରାନ୍ସ ଓମେନ ରାଜଭି ଜାନ୍‌। ସେ ଏବେ ଜଣେ ସଫଳ ଉଦ୍ୟୋଗପତି। ରାଜଭି ସୁରଟରେ ଦୁଇଟି ଦୋକାନ ଖୋଲି ୨୦ ଜଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ପ୍ରାରମ୍ଭିକ ଜୀବନରେ ରାଜଭି ଟ୍ରାନ୍ସ ଓମେନ ଜଣାପଡ଼ିଲାପରେ ତାଙ୍କ ପିତା ତାଙ୍କୁ ଘରେ ରଖିବାକୁ ଚାହିଁନଥିଲେ। ଫଳରେ ସେ ଘର ଛାଡ଼ି ନିଜସ୍ବ ଚେଷ୍ଟାରେ ପଢ଼ିଲେ ଓ ଚାକିରି ପାଇଁ ପ୍ରସ୍ତୁତ ମଧ୍ୟ ହେଲେ। ଚାକିରି ପାଇବାରେ ବିଫଳ ହେବା ପରେ ସେ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଥିଲେ। ରାଜଭି ପ୍ରଥମେ ସୁରଟରେ ଏକ ସ୍ନାକ୍ସ ଷ୍ଟୋର ଆରମ୍ଭ କରିଥିଲେ ଓ ତାଙ୍କ ମା’ଙ୍କ ନାମାନୁସାରେ ସେହି ଷ୍ଟୋର ନାମ ରଖିଥିଲେ ‘ଜାଗୃତି ନମ୍‌କିନ୍‌’। ଏହାପରେ ସେ ‘ଜାଗୃତି ବାସ୍ତୁ ଓ ପୂଜା ଷ୍ଟୋର’ ଖୋଲିଛନ୍ତି। ଏହି ଦୁଇ ଦୋକାନରେ ଏବେ ସେ ୩୦ ଜଣ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ରାଜଭି କେବଳ ଏହି କାମରେ ଅଟକି ନାହାନ୍ତି, ବରଂ ସେ ଅନ୍ୟ ଟ୍ରାନ୍ସ ଓମେନଙ୍କୁ ସଶକ୍ତ କରିବା ଲାଗି ପ୍ରେରିତ କରୁଛନ୍ତି। ସେମାନେ ଆମତ୍ନିର୍ଭର ହେବା ଲାଗି ସବୁ ପ୍ରକାର ସାହାଯ୍ୟ କରୁଛନ୍ତି। ସେ ଗୁଜରାଟର ପ୍ରଥମ ଟ୍ରାନ୍ସ ବିଜ୍‌ନେସ ଓମେନ ବୋଲି ଦାବି କରନ୍ତି।