ଏଇ ଭାରତରେ

ଡିଜିଟାଲ ଇଣ୍ଡିଆ ଯୋଜନା ଶୁଣିବାକୁ ଯେତିକି ଭଲ ଲାଗୁଛି ତାହାର କାର୍ଯ୍ୟାନ୍ବୟନ ସେତିକି ହୋଇପାରୁନାହିଁ। ବହୁ ଗରିବ ଶ୍ରେଣୀର ଲୋକ ଏହାର ଉପଯୋଗ ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି। ସେମାନେ ବ୍ୟାଙ୍କ ଖାତା ଖୋଲିବା କିମ୍ବା ଟଙ୍କା ଦେଣନେଣ କ୍ଷେତ୍ରରେ ଅନଭିଜ୍ଞ। ଏଭଳି ସମସ୍ୟା ଦୂର କରିବାରେ ଗୁରୁଗାଁଓର କାଶିଭ ଜିନ୍ଦଲଙ୍କ ପ୍ରୟାସ ପ୍ରଶଂସନୀୟ। କାଶିଭ ଗ୍ରାମୀଣ ଗରିବ ଲୋକଙ୍କୁ ଆର୍ଥିକ ସାକ୍ଷର କରୁଛନ୍ତି ଏବଂ ଜାତୀୟ ସ୍ତରରେ ଲାଗୁ କରାଯାଇଥିବା ବିଭିନ୍ନ ଯୋଜନାରୁ ସେମାନେ କିଭଳି ଲାଭ ଉଠାଇପାରିବେ ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରୁଛନ୍ତି। ସେ ଏବେ ସୁଦ୍ଧା ୩୦୦୦ ଅସହାୟ ତଥା ଗରିବ ଲୋକଙ୍କୁ ସାହାଯ୍ୟ କରିସାରିଲେଣି। ଏମାନଙ୍କ ମଧ୍ୟରେ ଅଛନ୍ତି ଘରେ କାମ କରୁଥିବା ବ୍ୟକ୍ତି, ଦିନମଜୁରିଆ ଏବଂ ବସ୍‌ ଓ ଟ୍ରକ୍‌ ଡ୍ରାଇଭର। ଏହିସବୁ କାମ ସେ ‘ଇନ୍‌ଭେଷ୍ଟ ଦି ଚେଞ୍ଜ’ ସଂସ୍ଥା ଦ୍ୱାରା କରୁଛନ୍ତି। ଏହାକୁ ସେ ୨୦୨୨ରେ ପ୍ରତିଷ୍ଠା କରିଥିଲେ। କାଶିଭ ଏଥିପାଇଁ ବିଭିନ୍ନ ସ୍ଥାନରେ ସେମିନାର ଆୟୋଜନ କରୁଛନ୍ତି।