Advertisement

ଏଇ ଭାରତରେ

ପ୍ଲାଷ୍ଟିକ କିମ୍ବା କୃଷି ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ଅନେକେ ପ୍ରୟାସ କରୁଛନ୍ତି। କିନ୍ତୁ ଇ-ବର୍ଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହାତଗଣତି କେତେଜଣଙ୍କ ମଧ୍ୟରେ ବେଙ୍ଗାଲୁରୁର ବିଶ୍ୱନାଥ ମାଲାବାଡ଼ି ଦବଙ୍ଗେର ଅନ୍ୟତମ। ସେ ବିଭିନ୍ନ ସ୍ଥାନରୁ ଅଦରକାରୀ କମ୍ପ୍ୟୁଟର, କି-ବୋର୍ଡ, ଡିଭିଡି, ପୁରୁଣା ଲ୍ୟାଣ୍ଡଫୋନ, କର୍ଡଲେସ୍‌ ଫୋନ, ସେଟ୍‌ଅପ ବକ୍ସ, ମେଡିକାଲ ଡିଭାଇସ ଓ ଗ୍ଲୁକୋମିଟର ଇତ୍ୟାଦି ସଂଗ୍ରହ କରି ସେଥିରେ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି। ଇ-ବର୍ଜ୍ୟରୁ ସେ କପର, ଗୋଲ୍ଡ ଓ ବିଭିନ୍ନ ରଙ୍ଗର ତା’ର ବାହାର କରି ତାହାକୁ ଜିନିଷ ତିଆରିରେ ଲଗାଉଛନ୍ତି। ଏହି ଇକୋ ଆର୍ଟିଷ୍ଟ ୨୦୦ କେଜି ଇ-ବର୍ଜ୍ୟକୁ କାମରେ ଲଗାଇ ସାରିଲେଣି। ଏଥିରୁ ସେ ଅଳଙ୍କାର, ବିଭିନ୍ନ ହସ୍ତକଳା, ଓ୍ବାଲଆର୍ଟ ଏପରି କି ରୋବୋ ମଧ୍ୟ ନିର୍ମାଣ କରୁଛନ୍ତି। ଏବେ ଏହାକୁ ନେଇ ସେ ନିଜସ୍ବ ବ୍ୟବସାୟ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel