ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଲକ୍‌ଡାଉନ ଯୋଗୁ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏବେ ସୁଦ୍ଧା ସେମାନେ ନିଜକୁ ସଳଖି ପାରିନାହାନ୍ତି। କିନ୍ତୁ ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ, ଲକ୍‌ଡାଉନ ଅନେକଙ୍କୁ ଜୀବିକାର ଭିନ୍ନ ତରିକା ଦେଖାଇଛି। ଅଭିନବ କୌଶଳ ଆପଣାଇବା ଲାଗି ବାଟ କଢ଼ାଇ ନେଇଛି, ଯାହା ଘଟିଛି ଅମ୍ବାଲି ପ୍ରସନ୍ନାକୁମାରଙ୍କ କ୍ଷେତ୍ରରେ। ଲକ୍‌ଡାଉନ ସମୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ସେ ମ୍ୟାଟ୍‌ ତିଆରି କରୁଛନ୍ତି। କେରଳନିବାସୀ ଅମ୍ବାଲି ବର୍ଜ୍ୟ ପ୍ଲାଷ୍ଟିକର ପୁନଃ ଉପଯୋଗ କରୁଛନ୍ତି। ପ୍ଲାଷ୍ଟିକ୍‌ କଭର୍‌ଗୁଡ଼ିକରୁ ମ୍ୟାଟ୍‌ ଓ ଟେବୁଲ କ୍ଲଥ ପ୍ରସ୍ତୁତ କରୁଛନ୍ତି। ଏହି ମ୍ୟାଟ୍‌କୁ ବହୁ ବର୍ଷ ବ୍ୟବହାର କରିହେବ ଓ ସଫା କରାଯାଇପାରିବ। ମ୍ୟାଟ୍‌ର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ପୁରୁଣା କପଡ଼ା ଉପଯୋଗ କରୁଛନ୍ତି ଅମ୍ବାଲି। ଘରେ ବ୍ୟବହୃତ ପୁରୁଣା ପ୍ଲାଷ୍ଟିକ୍‌ କଭରରୁ କିଭଳି ମ୍ୟାଟ୍‌ ଓ ଟେବୁଲ କ୍ଲଥ ତିଆରି କରାଯାଇପାରିବ ତା’ଉପରେ ସେ ଲୋକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ସେ ଫଳଝୁଡ଼ିିର କଭର୍‌ କରିବା ଲାଗି ଯୋଜନା କରିଛନ୍ତି।