ଏଇ ଭାରତରେ

ଅଶୋକ ଗାଡେଙ୍କ ଦ୍ୱାରା ପ୍ରସ୍ତୁତ କଦଳୀ ବିସ୍କୁଟର ସ୍ବାଦ ଭାରି ବଢିଆ। ମହାରାଷ୍ଟ୍ରର ଜଲଗାଁଓ ଜିଲା ଜାଓ୍ବଲ ତହସିଲର କୃଷକ ଗାଡେଙ୍କ ବୟସ ୬୫। ସେ କିଛି ବର୍ଷ ଓକିଲାତି କରିବା ପରେ ତାହାକୁ ଛାଡ଼ି କଦଳୀ ଚାଷ ଆରମ୍ଭ କରିଥିଲେ। ଉତ୍ପାଦିତ କଦଳୀରୁ ଲାଭ ନ ମିଳିବାରୁ ସେ ଏଥିରୁ ବିସ୍କୁଟ ତିଆରି କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ କୁସୁମ ସହଯୋଗ କରୁଛନ୍ତି। ପ୍ରଥମ ୩ ବର୍ଷ ଏହି ଦମ୍ପତି ଆଖପାଖ ଅଞ୍ଚଳରେ ବିସ୍କୁଟ ବିକ୍ରି କରିବା ପରେ ଚଳିତ ବର୍ଷ ଏହା ପ୍ୟାଣ୍ଟେଟ ପାଇଛି। ଏହାକୁ ସେମାନେ କର୍ନାଟକ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବିକ୍ରି କରୁଛନ୍ତି। ୧ କେ.ଜି. ବିସ୍କୁଟ ୪୦୦-୫୦୦ ଟଙ୍କାରେ ବିକ୍ରି ହେଉଛି। ପ୍ରତି ସପ୍ତାହରେ ସେମାନେ ୬୦ରୁ ୧୦୦ କେଜି ବିସ୍କୁଟ ବିକ୍ରି କରିବା ସହ ବର୍ଷକୁ ଏଥିରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ବିସ୍କୁଟ ନୁହେଁ, କଦଳୀରୁ ଚିପ୍ସ, ଜାମ୍‌, କ୍ୟାଣ୍ଡିଜ୍‌, ପାମ୍ପଡ ଓ ଲଡ଼ୁ ମଧ୍ୟ ତିଆରି ହେଉଛି। ତାଙ୍କ ବ୍ୟବସାୟ ସହ ୫୦ ଜଣ କଦଳୀ ଚାଷୀଙ୍କୁ ସେ ସାମିଲ କରିଛନ୍ତି, ଯେଉଁମାନେ ପୂର୍ବାପେକ୍ଷା ୩ଗୁଣ ଲାଭ ପାଉଛନ୍ତି।