Advertisement

ଏଇ ଭାରତରେ

ଶିକ୍ଷାରେ କିଭଳି ଅଧିକରୁ ଅଧିକ ପିଲା ସାମିଲ ହେବେ ତାହାର ଏକ ଅଭିନବ ଉପାୟ ଆପଣାଇଛନ୍ତି ପଶ୍ଚିମବଙ୍ଗର ଦୀପ୍‌ ନାରାୟଣ ନାୟକ। ସେ ରାସ୍ତାରେ ଏବେ ୧୦,୦୦୦ ଅସହାୟ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଘରର ମାଟିକାନ୍ଥକୁ କଳାପଟା କରି ଅସହାୟ ପିଲାଙ୍କ ମାତାପିତା, ଜେଜେ କିମ୍ବା ଜେଜମା’ଙ୍କୁ ବି ପଢ଼ାଇବା ଜାରି ରଖିଛନ୍ତି। ଏହା ଦ୍ୱାରା ଘରଲୋକେ ଶିକ୍ଷା ଉପରେ ସଚେତନ ହେବା ଯୋଗୁ ଡ୍ରପ୍‌ଆଉଟ ହ୍ରାସ ପାଉଛି। ସେ ପିଲାମାନଙ୍କୁ ଆବଶ୍ୟକ ପାଠ୍ୟ ଉପକରଣ ମାଗଣାରେ ଯୋଗାଉଛନ୍ତି। ଜାମୁରିଆ ଜିଲା ସମେତ ଅନ୍ୟ ୭ଟି ଜିଲା ଏପରି କି ଝାଡ଼ଖଣ୍ଡରେ ବି ସେ ଏହି କାର୍ଯ୍ୟ ଚଳାଇଛନ୍ତି। ତାଙ୍କ ଟିମ୍‌ରେ ଏବେ ୫୦ ଜଣ ଶିକ୍ଷକ ଓ ୧୫୦ ସହଯୋଗୀ ରହିଛନ୍ତି। ସେମାନେ ବିଭିନ୍ନ ଗାଁକୁ ଯାଇ ସେଠାରେ ଶିକ୍ଷିତ ପିଲାଙ୍କୁ ପ୍ରଶିକ୍ଷଣ ଦେଇ ପିଲାମାନଙ୍କୁ ପଢାଇବାର ବ୍ୟବସ୍ଥା କରୁଛନ୍ତି। ଦୀପ୍‌ଙ୍କୁ ‘ରାସ୍ତାର ମାଷ୍ଟର’ ବା ରାସ୍ତାର ଶିକ୍ଷକ ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ଜାମୁରିଆ ଜିଲାର ନନ୍ଦିଗାଁଓ ଗ୍ରାମର ବାସିନ୍ଦା ଦୀପ୍‌ ନାରାୟଣ ପିଲାଦିନେ ଅଭାବ ଭିତରେ ବଢିଛନ୍ତି ଓ ପଢିଛନ୍ତି। ତାଙ୍କ ପିତା ଥିଲେ ଦିନମଜୁରିଆ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରି ଶିକ୍ଷକତା କରୁଥିଲେ। ପରେ ଅସହାୟ ପିଲାମାନଙ୍କୁ ଶିକ୍ଷାଦେବା ଲାଗି ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel