Advertisement

ଏଇ ଭାରତରେ

କଦଳୀ ଚାଷରେ ଲାଭ ନାହିଁ ବୋଲି ଯେଉଁମାନେ କହନ୍ତି ସେମାନେ କେରଳର ବିନୋଦ ସହଦେବନ ନାୟରଙ୍କ ଚାଷ ପଦ୍ଧତିକୁ ଅନୁକରଣ କରିବା ଦରକାର। ସେ ୫୦୦ କିସମର କଦଳୀ ଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ସେ ୫୦୦ ପ୍ରକାର କଦଳୀ ଚାରା ମଧ୍ୟ ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ବିନୋଦ ରହନ୍ତି ଥିରୁଭାନନ୍ତପୁରମ୍‌ରେ। ତାଙ୍କୁ ବୟସ ଏବେ ୬୩। ସେ ପଦାର୍ଥ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ କୋଚିରେ ଓ୍ବେବ୍‌ ଡିଜାଇନ ଫାର୍ମ ଆରମ୍ଭ କରିଥିଲେ। ତାଙ୍କ ମା’ଙ୍କର ଦେହାନ୍ତ ପରେ ସେ ଘରକୁ ଫେରିଆସି କଦଳୀ ଚାଷ ଆରମ୍ଭ କଲେ। ଲୋକେ ତାଙ୍କୁ ‘ବାନାନା ମ୍ୟାନ୍‌’ ବୋଲି ସମ୍ବୋଧନ କରୁଛନ୍ତି। ବିଶ୍ୱରେ ୧,୦୦୦ ପ୍ରକାର କଦଳୀ ଥିବାବେଳେ ବିନୋଦ ୫୦୦ ପ୍ରକାର କଦଳୀ ଚାଷ କରିବା ଏକ ବିରଳ ସଫଳତା। ଏଥିରେ ବହୁ ବିଦେଶୀ କିସମର କଦଳୀ ଅଛି। ଚାଷ ପାଇଁ ସେ ମାଲେସିଆ, ଆଫ୍ରିକା, ଅଷ୍ଟ୍ରେଲିଆ, ହଣ୍ଡୁରାସ ଆଦି ଦେଶ ଭ୍ରମଣ କରିଛନ୍ତି। ଉତ୍ପାଦିତ କଦଳୀକୁ ସେ ହୋଲ୍‌ସେଲ ମାର୍କେଟରେ ବିକ୍ରି କରନ୍ତି। ବିନୋଦ କଦଳୀ ଚାଷ ସମ୍ପର୍କରେ ଲୋକଙ୍କୁ ମାଗଣାରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel