ଏଇ ଭାରତରେ

କିଛିଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ବାଇକ ଚଲାଉଥିବା ଜଣେ ଯୁବକ ପିକାସୁ ଥିମ୍‌ ହେଲମେଟ ପିନ୍ଧି ନୋଏଡା ରାସ୍ତାରେ ବୁଲୁଥିଲେ। ତେବେ ପୋଲିସ ଧରିଥିବା ବ୍ୟକ୍ତିଙ୍କ ହେଲମେଟକୁ ପସନ୍ଦ କରିଥିଲା। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ସଂଖ୍ୟକ ଲୋକ ମଧ୍ୟ ପସନ୍ଦ କରିଥିଲେ। ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପେଟ୍ରୋଲ ମହଙ୍ଗା ହେବାରୁ ଜଣେ ଯୁବକ ଦିଲ୍ଲୀ ରାଜରାସ୍ତାରେ ମଇଁଷି ଉପରେ ବସି ଯାଉଥିବାର ଦେଖିବାକୁ ମିଳିଛି। ସେ ଏକ ଠେକୁଆ ପରି ହେଲମେଟ ପିନ୍ଧିଥିଲେ, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହା ସହିତ କ୍ୟାପଶନରେ ଲେଖାଯାଇଛି ପେଟ୍ରୋଲ ମହଙ୍ଗା ହେଲା, ମୁଁ ମଧ୍ୟ ଏହାର ମୂଲ୍ୟ ଦେଖାଇଲି। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଭିଡିଓ ଦେଖିବା ପରେ ଅନେକେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଏହି ମଇଁଷିର କେତେ ଟପ୍‌ ସ୍ପିଡ୍‌। ଅନ୍ୟ ଜଣେ ଲେଖିଛନ୍ତି, ତୁମେ କେମିତି ମଇଁଷି ଚଢ଼ିବା ଶିଖିଲ, ମୁଁ ମଧ୍ୟ ଶିଖିବାକୁ ଚାହେଁ। ଅପରପକ୍ଷରେ ତୃତୀୟ ବ୍ୟକ୍ତି ଏକ ମଜାଦାର ପ୍ରତିକ୍ରିୟା ଦେଇ ଲେଖିଥିଲେ ଚାରିଚକିଆରେ କିଏ ହେଲମେଟ ପିନ୍ଧନ୍ତି କି?