ଏଇ ଭାରତରେ

ଗରିବ ଓ ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ଗୁରୁଗାଁଓର ସଜନ ଭିର୍‌। ସେ ବ୍ୟବହୃତ ପୋଷାକ ଓ କନା ସଂଗ୍ରହ କରି ସେଥିରେ ବ୍ୟାଗ୍‌, କମ୍ବଳ ଓ ଡଗ୍‌ ବେଡ୍‌ ତିଆରି କରୁଛନ୍ତି। ସେ ୩୦ ପ୍ରକାର ବ୍ୟାଗ୍‌ ଓ କମ୍ବଳ ପ୍ରସ୍ତୁତ କରୁଛନ୍ତି। ଶିକ୍ଷା ଶେଷ କରି ସେ ଭଲ ଚାକିରି କରିଥିଲେ ଓ ୨୦୧୫ରେ ତାହାକୁ ଛାଡ଼ି ଏହା ଜାରି ରଖିଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସଜନ ‘କ୍ଲଥେସ୍‌ ବକ୍ସ ଫାଉଣ୍ଡେଶନ’ ଗଠନ କରିଛନ୍ତି। ସଜନ ଓ ତାଙ୍କ ଟିମ୍‌ ପ୍ରତିଦିନ କୌଣସି ଏକ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ଯାଇ ସେଠାରେ ବସ୍ତ୍ର ବାଣ୍ଟୁଛନ୍ତି। ସେମାନେ ଲୋକଙ୍କଠାରୁ ଟି-ଶାର୍ଟ, ପ୍ୟାଣ୍ଟ ସଂଗ୍ରହ କରି ତାହାକୁ ନିର୍ମାଶ ସ୍ଥଳୀରେ ଶ୍ରମିକମାନଙ୍କୁ ବି ଦେଉଛନ୍ତି। ପ୍ରତି କେ.ଜି. ପୋଷାକକୁ ପୁନଃ ବ୍ୟବହାର ଉପଯୋଗୀ କରିବା ଦ୍ୱାରା ୩୧ କେ.ଜି. କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ ରୋକାଯାଇପାରୁଛି ବୋଲି କହନ୍ତି ୩୨ ବର୍ଷୀୟ ସଜନ। ଏହି ହିସାବରେ ଏବେ ସୁଦ୍ଧା ତାଙ୍କ ସଂସ୍ଥା ୭,୪୬,୦୦୦ କେ.ଜି. ବ୍ୟବହୃତ କନା ବା ପୋଷାକ ସଂଗ୍ରହ ଓ ବଣ୍ଟନ କରି ୨୩,୧୨୬ ଟନ କାର୍ବନ ନିର୍ଗମନ ରୋକିପାରିଛନ୍ତି। ଏହି କାର୍ଯ୍ୟରେ ସେ ଅନେକ ଲୋକଙ୍କୁ ଦୈନିକ ୪୦୦ ଟଙ୍କା ମଜୁରିରେ ନିଯୁକ୍ତ କରିଛନ୍ତି।