ଏଇ ଭାରତରେ

ପରିବେଶ ପାଇଁ ଥର୍ମକୁଲ ଅତି କ୍ଷତିକାରକ। କାରଣ ଏହା ମାଟିରେ ମିଶିବା ଲାଗି ଅନେକ ଶହ ବର୍ଷ ଲାଗିଯାଏ। ଏବେ ପ୍ୟାକେଜିଂରେ ଥର୍ମକୁଲ ବହୁଳ ଭାବେ ବ୍ୟବହାର କରାଯାଉଥିବାରୁ ବାହାରେ ଏହା ପାହାଡ଼ ଭଳି ଗଦାହେଉଛି। ଏଥିରେ କାର୍ବନ ମନକ୍‌ସାଇଡ ଓ ଅନ୍ୟାନ୍ୟ କ୍ଷତିକାରକ ଅଣବିଘଟନ ଉପାଦାନ ରହିଥିବାରୁ ପରିବେଶ ପ୍ରତି ଅଧିକ ବିପଦ ସୃଷ୍ଟି ହେଉଛି। ଏଣୁ ଏହାର ବିକଳ୍ପ ଅର୍ଥାତ୍‌ ପରିବେଶ ଉପଯୋଗୀ ଥର୍ମକୁଲ ପ୍ରସ୍ତୁତ କରି ପରିବେଶ ହିରୋ ସାଜିଛନ୍ତି ଆଇଆଇଟି କାନପୁରର ଇଞ୍ଜିନିୟର ଚୈତନ୍ୟ ଦୁବେ। ଚୈତନ୍ୟଙ୍କ ବୟସ ୨୯ ଓ ସେ ଉତ୍ତରପ୍ରଦେଶ କାନପୁରର ବାସିନ୍ଦା। ଆଇଆଇଟିରେ ‘କିଙ୍କୋ ବାୟୋଟେକ ଷ୍ଟାର୍ଟଅପ୍‌’ ମାଧ୍ୟମରେ ସେ ଏହି ଥର୍ମକୁଲ ବିକାଶ କରିଛନ୍ତି। ଏହାକୁ ସେ ମସ୍‌ରୁମ୍‌ ସାଇସିଲିନ ଓ କୃଷି ବର୍ଜ୍ୟରୁ ତିଆରି କରୁଛନ୍ତି। ଫଳରେ ଏହା କମ୍‌ ଦିନରେ ମାଟିରେ ମିିଶିଯିବା ସହ ଉନ୍ନତ ସାର ଭାବେ କାମ କରୁଛି। ଏବେ ଦିନକୁ ୨୦୦ ଖଣ୍ଡ ଥର୍ମକୁଲ ତିଆରି କରାଯାଉଛି ଓ ଭିବଷ୍ୟତରେ ୧୦୦୦ ଖଣ୍ଡ ପ୍ରସ୍ତୁତ କରିିବାକୁ ଚୈତନ୍ୟ ଯୋଜନା ରଖିଛନ୍ତି।