ଏଇ ଭାରତରେ

ଦୁର୍ଗମ ଅଞ୍ଚଳର ସମସ୍ୟା ସମାଧାନ କରିବାରେ ଆଇଏଏସ୍‌ ଅଧିକାରୀ କ୍ରିଷ୍ଣନୌନି ଏଚ୍‌ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁ ଏରୋଡ୍‌ ଜିଲାର ଚେନ୍ନମପଟ୍ଟି ଜଙ୍ଗଲରେ ଥିବା ଲୋକେ ବହୁ ମୌଳିକ ସେବାକୁ ବଞ୍ଚିତ ହୋଇଥାନ୍ତି। ଏହି ଦୁଗର୍ର୍ମ ଅଞ୍ଚଳରେ ଏବେ ସୁଦ୍ଧା ରାସ୍ତାର ସୁବିଧା ନାହିଁ।
ଏଭଳି ଏକ ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ଗାଁ କାଥିରମଲାଇ। ଏଠାରେ ରହନ୍ତି ୪୦୦ ଲୋକ। ଇଣ୍ଟରନେଟ ସଂଯୋଗ ଏମାନଙ୍କ ପାଇଁ ସାତସପନ। ଏଭଳି ସ୍ଥିତିରେ କ୍ରିଷ୍ଣନୌନି ସେମାନଙ୍କ ପାଇଁ ଉନ୍ନତ ଶିକ୍ଷା, ଯୋଗାଯୋଗର ସୁବିଧା କରିପାରିଛନ୍ତି। ସେଠାରେ ନିଜସ୍ବ ଉଦ୍ୟମରେ ମେଡିକାଲ ମଧ୍ୟ ଖୋଲିଛନ୍ତି। କାରଣ, ଏଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଦୂରତା ୪୦ କି.ମି.। ସେ ନିଜେ ପାହାଡ଼ ଚଢ଼ି ଗ୍ରାମବାସୀଙ୍କ ପାଖରେ ପହଞ୍ଚୁଛନ୍ତି। କ୍ରିଷ୍ଣନୌନି ୨୦୨୧ରେ ପ୍ରଥମେ ଏରୋଡ୍‌ରେ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ୨୦୨୨ରେ ‘ପୁନ୍ନାଗାଇ’ (ଅର୍ଥାତ୍‌ ତାମିଲନାଡୁରେ ହସ) ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ସେବେଠାରୁ ପ୍ରତି ସପ୍ତାହରେ ସେହି ଗାଁରେ ଏକ ଛୋଟ ହେଲ୍‌ଥ କ୍ୟାମ୍ପ ଚାଲୁଛି। ଏବେ ସେଠାରୁ ୧ରୁ ୮ ବୟସ ବର୍ଗରେ ୧ମରୁ ୮ମ ଯାଏ ୩୨ ପିଲା ପଢୁଛନ୍ତି। ସେମାନଙ୍କ ପାଇଁ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି।