ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ମାଓପ୍ରବଣ ଓ ଏହାର ଘଞ୍ଚ ଜଙ୍ଗଲିଆ କ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଜୀବନଜୀବିକା ଅତ୍ୟନ୍ତ କଷ୍ଟକର। ସେଭଳି ଏକ ଅଞ୍ଚଳରେ ସତ୍ୟେନ୍ଦ୍ର ସିଂ ଲିହାରେ ଆଦିିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ‘ବସ୍ତର ସେ ବଜାର ତକ୍‌’ ବିଜ୍‌ନେସ ଆରମ୍ଭ କରି ତା’ ମାଧ୍ୟମରେ ବିଭିନ୍ନ ଉପତ୍ାଦକୁ ସିଧାସଳଖ ମାର୍କେଟରେ ବିକିବାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ମଧ୍ୟସ୍ଥଙ୍କ ଆବଶ୍ୟକତା ପଡ଼ୁନାହିଁ, ଫଳରେ ଚାଷୀମାନେ ଅଧିକ ଲାଭ ପାଇପାରୁଛନ୍ତି। ବିଶେଷକରି ଆତ, ଜାମୁକୋଳି, ତେନ୍ତୁଳି,ପନିପରିବା, ମାଛ ଓ ଓଷଧୀୟ ଗଛ ଆଦି ବିକ୍ରି କରାଯାଉଛି। ଏହାକୁ ସେ ମୁମ୍ବାଇ,ହାଇଦ୍ରାବାଦ, ପୁଣେ, ରାୟପୁର ଆଦି ସହରରେ ବିକ୍ରି କରୁଛନ୍ତି। ଏଥିରୁ ମଧ୍ୟ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରାଯାଉଛି। ଏହି କାର୍ଯ୍ୟରେ ସେ ୧୫୫୦ ଆଦିବାସୀ ମହିଳାଙ୍କୁ ନିଯୁକ୍ତ କରି ସେମାନଙ୍କୁ ଆମତ୍ନିର୍ଭର କରିବାରେ ସକ୍ଷମ ହୋଇପାରିଛନ୍ତି। ସତ୍ୟେନ୍ଦ୍ରଙ୍କ ପିଲାଦିନ ବହୁ କଷ୍ଟରେ କଟିଛି। ସେ ଅର୍ଥାଭାବରେ ରହି ଶିକ୍ଷା ଶେଷ କରି ଆଦିବାସୀଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ୨୦୨୦ରେ ‘ବସ୍ତର ସେ ବଜାର ତକ୍‌’ ବିଜ୍‌ନେସ ଆରମ୍ଭ କରିଥିଲେ। ଦୀର୍ଘଦିନର ସଂଘର୍ଷମୟ ଅଧ୍ୟାୟ ଅତିକ୍ରମ କରି ସେ ସଫଳ ହୋଇଛନ୍ତି। ବର୍ଷକୁ ଏଥିରୁ ୧ କୋଟି ଟଙ୍କା ଆୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image