ଏଇ ଭାରତରେ

ଗୋଟିଏ ଦିନରେ ଦୁଇ ସାଙ୍ଗ ଓ ସ୍ବେଚ୍ଛାସେବୀମାନେ ମୁମ୍ବାଇ ବେଳାଭୂମିରୁ ୪ ଲକ୍ଷ ୫୦ ହଜାର କେଜି ବର୍ଜ୍ୟ ସଫା କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା ଅକ୍ଷତ ଶାହା ଓ ଶୁଭ ମେହେଟ୍ଟାଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ନୂଆବର୍ଷରେ ସେମାନେ ଏହା କରିପାରିଛନ୍ତି। ଏହି ଦୁଇ ସାଙ୍ଗ ‘ଚେଞ୍ଜ ଇଜ୍‌ ଅସ୍‌’ ଅଭିଯାନ ମାଧ୍ୟମରେ କରୁଛନ୍ତି। ଏହାକୁ ସେମାନେ ୨୦୧୯ରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବାବେଳେ କରିଥିଲେ। ଏଥିରେ ଏବେ ୨୫,୦୦୦ ସ୍ବେଚ୍ଛାସେବୀ ରହିଛନ୍ତି। ସେମାନେ ପ୍ରତି ସପ୍ତାହାନ୍ତରେ ମୁମ୍ବାଇ ଗିରଗାଁଓ ଚଉପାଟ୍ଟି ବିଚ୍‌ରେ ବର୍ଜ୍ୟ ସଫା କରିଥାନ୍ତି। ଏହି ଅଭିଯାନ ମାଧ୍ୟମରେ ସେମାନେ ସ୍କୁଲ ଓ କଲେଜରେ ସଫେଇ କାର୍ଯ୍ୟ କରିବା ସହ ବର୍ଜ୍ୟ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ୨୦୧୯ରେ ଏହି ସଂସ୍ଥା ଆରମ୍ଭ ହେବାବେଳେ କେବଳ ଅକ୍ଷତ ଓ ଶୁଭ ଥିଲେ। ତା’ପରେ ଧୀରେ ଧୀରେ ସବୁ ବୟସ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି।