Advertisement

ଏଇ ଭାରତରେ

ପଣସର ଆଦର ସବୁଠି ବେଶି। କିନ୍ତୁ ଫଳିବା ଋତୁ ପରେ ଏହାକୁ ଆଉ ରୋଷେଇ ଘରେ ଦେଖିବାକୁ ମିଳେନାହିଁ। ସବୁ ଅଞ୍ଚଳରେ ବି ପର୍ଯ୍ୟାପ୍ତ ପଣସ ଫଳେନାହିଁ। ଏଣୁ ସେଠାକାର ଲୋକେ ମଧ୍ୟ ପଣସ ଖାଇପାରନ୍ତି ନାହିଁ। ହେଲେ ଏଭଳି ସମସ୍ୟାର ସମାଧାନ କରିଛନ୍ତି ମୁମ୍ବାଇର ଅମନ ଛାବ୍ରା। ସେ ‘କଥାଲ୍‌ଫି’ ନାମକ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ପଣସ(ଜ୍ୟାକ୍‌ଫ୍ରୁଟ)କୁ ଏବେ ବର୍ଷର ସବୁ ସମୟରେ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଅମନଙ୍କ ବୟସ ଏବେ ୩୩। ସେ ପଣସରୁ ଜ୍ୟାକ୍‌ଫ୍ରୁଟ ମଖାନି, ଜ୍ୟାକ୍‌ଫ୍ରୁଟ ଟିକା ମସଲା,ଜ୍ୟାକ୍‌ଫ୍ରୁଟ କିମାଠାରୁ ଆରମ୍ଭ କରି ପଣସ ମଞ୍ଜି ଚୂନା, ଆଚାର, କେକ୍‌ ଏବଂ ଫ୍ରାଏଡ ଚିପ୍ସ ଏପରିକି ଚକୋଲେଟ ଆଦି ୧୩ ପ୍ରକାର ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ୨୦୨୩ ଏପ୍ରିଲରୁ ଏହାର ବିକ୍ରି ଆରମ୍ଭ କରିଛନ୍ତି। ପ୍ରତି ମାସରେ ୬୦୦ରୁ ଅଧିକ ଅର୍ଡର ମିଳୁଛି। ଏହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଦିଲ୍ଲୀ-ଏନ୍‌ସିଆରରୁ ଆସୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel