ଏଇ ଭାରତରେ

ଝିଅମାନେ କାହାଠାରୁ କମ୍‌ ନୁହନ୍ତି, ଭାରତର ଝିଅ ସୁଚେତା ସତୀଶ ଏହା ପ୍ରମାଣିତ କରିଛନ୍ତି। ସୁଚେତା କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୪୦ ଭାଷାରେ ଗୀତ ଗାଇ ତାଙ୍କ ନାମରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଆଜି ପର୍ଯ୍ୟନ୍ତ ବିଶ୍ୱରେ କେହି ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି। ଏହି କାରଣରୁ, ଗିନିଜ ବୁକ୍‌ ଅଫ ୱାଲର୍‌ଡ ରେକର୍ଡରେ ସୁଚେତାଙ୍କ ନାମ ମଧ୍ୟ ରେକର୍ଡ କରାଯାଇଛି। କେରଳର ବାସିନ୍ଦା ସୁଚେତା, ନଭେମ୍ବର ୨୪, ୨୦୨୩ରେ ଦୁବାଇରେ କନସର୍ଟ ଫର କ୍ଲାଇମେଟ୍‌ରେ ଅଂଶଗ୍ରହଣ କରିଥିଲେ। ସେଠାରେ ସେ ଏହି ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଯେତେବେଳେ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡସ ତାଙ୍କର ଅନନ୍ୟ ପ୍ରତିଭାକୁ ପ୍ରଶଂସା କଲା, ସେ ନିଜେ ଇନଷ୍ଟାଗ୍ରାମରେ ଏହି ସୂଚନା ଶେୟାର କରିଥିଲେ। ସେ ଲେଖିଛନ୍ତି, ମୁଁ ୨୪ ନଭେମ୍ବର ୨୦୨୩ରେ କନସର୍ଟ ସମୟରେ ୯ ଘଣ୍ଟାରେ ୧୪୦ ଭାଷାରେ ଗୀତ ଗାଇ ଏକ ନୂତନ ଗିନିଜ ୱାଲର୍‌ଡ ରେକର୍ଡ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ୧୪୦ଟି ଭାଷାରେ ଗୀତ ଗାଇ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିଲେ।