Advertisement

ଏଇ ଭାରତରେ

ପେସାରେ ଡାକ୍ତର, କିନ୍ତୁ କଣ୍ଢେଇ ତିଆରି କରିବାରେ ସବୁବେଳେ ବ୍ୟସ୍ତ ରହିଛନ୍ତି ଚଣ୍ଡିଗଡ଼ର ଡା. ଶ୍ୱେତା ଗୁପ୍ତା। ସେ ୧୨ ବର୍ଷ ବୟସ ଭିତରେ ଥିବା ପିଲାମାନଙ୍କ ପାଇଁ କନାରେ କଣ୍ଢେଇ ତିଆରି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏଥିରୁ ସେ ବର୍ଷକୁ ୧୫ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ସେ ଏଭଳି ଆକର୍ଷଣୀୟ କଣ୍ଢେଇ ତିଆରି କରୁଛନ୍ତି ଯାହାଫଳରେ ସୋନମ କପୁର, ସୋହା ଅଲ୍ଲି ଖାନ ଏବଂ ନେହା ଧୁପିଆ ମଧ୍ୟ ତାଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ଏହି କଣ୍ଢେଇଗୁଡ଼ିକୁ ସେ ଲିଟିଲ ଲାମ୍ବା ଷ୍ଟାର୍ଟଅପ ମାଧ୍ୟମରେ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହି ଷ୍ଟାର୍ଟଅପକୁ ସେ ୨୦୨୨ରେ ପ୍ରତିଷ୍ଠା କରିଥିଲେ। କଣ୍ଢେଇଗୁଡ଼ିକର ମୂଲ୍ୟ ୭୦୦ରୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ୨୦୧୨ରେ ଶ୍ୱେତା ଏମ୍‌ବିବିଏସ୍‌ ଶେଷ କରି ଗୁରୁଗାଁଓର ମେଦାନ୍ତ ହସ୍ପିଟାଲରେ ଚାକିରି କରିଥିଲେ। ପରେ ତାହାକୁ ଛାଡି ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel