ଏଇ ଭାରତରେ

ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଯାଉଛନ୍ତି। ଡିଜେ ବାଜୁଛି, ଲୋକେ ବି ଧୁମ୍‌ଧାମ୍‌ରେ ନାଚଗୀତ କରୁଛନ୍ତି। ମାତ୍ର ରାସ୍ତାରେ ଛିଡ଼ା ହୋଇଥିବା ଦର୍ଶକମାନଙ୍କୁ ଡିଜେ ମ୍ୟୁଜିକ୍‌ କିଛି ବି ଶୁଭୁନାହିଁ। ଏମିତି ଏକ କଥା ହୁଏତ କାହାର ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଏହା ସତ। ଏଭଳି ଘଟଣା ଏବେ ଖୁବ୍‌ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଏହି ଘଟଣା ଶେୟାର ହେବା ପରେ ଭାଇରାଲ୍‌ ହେବାରେ ଲାଗିଛି। ଖବର ଅନୁସାରେ, ପ୍ରକୃତରେ ଭାରତର ଏକ କ୍ୟାନ୍‌ସର ହସ୍‌ପିଟାଲ ନିକଟରେ ବିବାହ ଆୟୋଜନ ହୋଇଥିବାରୁ ଆୟୋଜକମାନେ ଏଭଳି ନୀରବ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ବରଯାତ୍ରୀ ଶୋଭାଯାତ୍ରାରେ ଅତ୍ୟଧିକ ଡିଜେ ଶବ୍ଦ ହସ୍‌ପିଟାଲରେ ଥିବା ରୋଗୀମାନଙ୍କୁ ଅସୁବିଧାରେ ପକାଇପାରେ, ତେଣୁ ସେମାନଙ୍କୁ ଆଦୌ କୌଣସି ପ୍ରକାର ଅସୁବିଧାରେ ନ ପକାଇବା ଲକ୍ଷ୍ୟରେ ଏଭଳି ଶୋଭାଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ବରଯାତ୍ରୀ ଦଳରେ ସାମିଲ ହୋଇଥିବା ସବୁ ଲୋକ କାନରେ ହେଡ୍‌ଫୋନ୍‌ ଲଗାଇ ଡିଜେ ଗୀତର ତାଳେ ତାଳେ ନାଚି ନାଚି ଯାଇଥିଲେ। ଏଭଳି ଏକ ନିଆରା ବିବାହ ଶୋଭାଯାତ୍ରାକୁ ନେଇ ଏବେ ସୋସିଆଲ ମିଡିଆରେ ଢେର୍‌ ଚର୍ଚ୍ଚା ହେଉଛି। ଶବ୍ଦ ପ୍ରଦୂଷଣ ରୋକିବା ନିମନ୍ତେ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ଅନେକେ କହି ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଦୃଷ୍ଟିକୋଣ ଆମ ଜୀବନ

ଆଖି ରୂପବାନକୁ ଦେଖିଲାବେଳେ ମନ ରୂପହୀନକୁ ଦେଖିଥାଏ। ବୁଦ୍ଧି ଅରୂପ ବିଷୟରେ ବିଚାର କରିଥାଏ। ଦୃଷ୍ଟିକୋଣ ହେଉଛି ”ଏକ ସୁଶିକ୍ଷିତ ପ୍ରବୃତ୍ତି, ଯାହା ଏକ ନିର୍ଦ୍ଦିଷ୍ଟ...

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ...

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image