Advertisement

ଏଇ ଭାରତରେ

ଅଧାରୁ ଏମବିଏ ଛାଡ଼ି ଛତୁଚାଷରେ ଲାଗିଗଲେ ଶଙ୍କର ମିନା। ଏବେ ଛତୁମଞ୍ଜିରୁ ସେ ମାସକୁ ୧୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଶଙ୍କର ୮୦ ଟନ୍‌ ଛତୁମଞ୍ଜି ଉପତ୍ାଦନ କରି କେଜି ୮୦ରୁ ୧୧୫ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ପ୍ରଥମେ ଛତୁଚାଷ ତାଙ୍କ ଗ୍ୟାରେଜରେ ଆରମ୍ଭ କରିଥିଲେ। ଏବେ ‘ଜୀବନ ମସ୍‌ରୁମ୍‌’ ନାମକ ଏକ ଛତୁମଞ୍ଜି ଉପତ୍ାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଶଙ୍କରଙ୍କ ଜନ୍ମ ରାଜସ୍ଥାନର ଏକ ଗାଁରେ। ତାଙ୍କ ପିତା ଜଣେ କୃଷକ । ବହୁ ସମୟରେ ଚାଷରେ କ୍ଷତିହେବାରୁ ତାଙ୍କ ପରିବାରର ଆୟରେ ଅସ୍ଥିରତା ଦେଖାଯାଉଥିଲା ଓ ସେମାନେ ଚଳିବାରେ ଅସୁବିଧା ହେଉଥିଲା। ତେବେ ଏକ କୃଷିଭିତ୍ତିକ ସ୍ଥାୟୀ ରୋଜଗାର ପାଇଁ ସେ ଚିନ୍ତାକରି ଛତୁମଞ୍ଜି ଉପତ୍ାଦନକୁ ବାଛିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ଛତୁମଞ୍ଜି ଭାରତର ବିଭିନ୍ନ ରାଜ୍ୟ ସମେତ ଭୁଟାନ, ନେପାଳ, ୟୁଏଇକୁ ରପ୍ତାନି କରାଯାଉଛି । ସୋଲାନ୍‌ ସ୍ଥିତ ଆଇସିଏଆର୍‌ ଡାଇରେକ୍ଟୋରେଟ ଅଫ୍‌ ମସ୍‌ରୁମ୍‌ ରିସର୍ଚ୍ଚରୁ ପ୍ରଶିକ୍ଷଣ ନେଇ ସେ ମଞ୍ଜି ଉପତ୍ାଦନ ସମ୍ପର୍କରେ ଜ୍ଞାନ ହାସଲ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel