ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ଲକ୍ଷ୍ୟ ହାସଲରେ ଅର୍ଥାଭାବ କିମ୍ବା ଅନ୍ୟ କୌଣସି ସମସ୍ୟା ବାଧକ ହୋଇପାରେ ନାହିଁ, ଯାହା ଦେଖାଯାଇଛି ହିମାଚଳ ପ୍ରଦେଶର ବଲ୍‌ଜିତ କୌରଙ୍କ ଜୀବନରେ। ସେ ପ୍ରଥମ ଭାରତୀୟ ମହିଳା ଭାବେ ୩୦ ଦିନରୁ କମ୍‌ ସମୟ ମଧ୍ୟରେ ଅନ୍ନପୂର୍ଣ୍ଣା, କାଞ୍ଚନଜଙ୍ଗା, ଏଭରେଷ୍ଟ ଏବଂ ଲୋଷ୍ଟେ ପର୍ବତ ସଫଳତାର ସହ ଆରୋହଣ କରି ବିରଳ କୃତିତ୍ୱ ହାସଲ କରିଛନ୍ତି। ସେ ବିନା ସପ୍ଲିମେଣ୍ଟ ଅକ୍ସିଜେନରେ ୮,୦୦୦ ମିଟର ଉଚ୍ଚ ପର୍ବତ ଚଢ଼ିଛନ୍ତି। ବଲ୍‌ଜିତଙ୍କ ବୟସ ଏବେ ୨୭। ପିଲାଦିନେ ସେ ତାଙ୍କ ଗାଁ ନିକଟରେ ଥିବା ପାହାଡ଼ ଚଢ଼ୁଥିଲେ। ପଢ଼ିବାବେଳେ ଏକ ଏନ୍‌ସିସି କ୍ୟାମ୍ପରେ ଉଚ୍ଚ ପାହାଡ଼ ଚଢ଼ିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୦। କଲେଜ ଛାଡ଼ିବା ପରେ ସେ ଅନ୍ୟମାନଙ୍କ ଘରେ କାମ କରି ପରିବାର ଚଳାଇବା ସହ ନିଜକୁ ଫିଟ୍‌ ରଖିବା ଲାଗି ପ୍ରସ୍ତୁତି ଜାରି ରଖିଥିଲେ। ଏପରିକି ପାହାଡ଼ ଚଢ଼ିବା ଲାଗି ସେ ନିଜ ମା’ଙ୍କ ସହ ଲୋକମାନଙ୍କଠାରୁ ଦାନ ସଂଗ୍ରହ କରିଥିଲେ। ଏଭଳି ସଂଘର୍ଷମୟ ଜୀବନ ମଧ୍ୟରେ ବଲ୍‌ଜିତ ମାସକ ମଧ୍ୟରେ ୪ଟି ଶୃଙ୍ଗର ଶିଖରରେ ପହଞ୍ଚତ୍ବାକୁ ସକ୍ଷମ ହୋଇଛନ୍ତି।