Advertisement

ଏଇ ଭାରତରେ

ଚାଷଜମି ନାହିଁ ତ ଭାଙ୍ଗିପଡ଼ନ୍ତୁ ନାହିଁ, ଛାତ ଉପରେ ବି ଫସଲ କରି ଉପତ୍ାଦନ କରିପାରିବେ- ଏମିତି ଏକ ବାର୍ତ୍ତା ଦିଅନ୍ତି ବିଶାଖାପାଟଣାର ଗୃହିଣୀ ବଙ୍ଗାରୁ ଝାନ୍‌ସୀ। ସେ ତାଙ୍କ ଛାତ ଉପରେ ଆମ୍ବ, ପଣସ, କମଳା ସହିତ ପ୍ରାୟ ସବୁ ଋତୁରେ ସବୁପ୍ରକାର ପନିପରିବା ଫଳାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ଉଦ୍ୟାନ କରି ସେ ଆନ୍ଧ୍ର ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଝାନ୍‌ସୀ ୮୦୦ ବର୍ଗଫୁଟ ପରିମିତ ଛାତରେ ଏହି ବଗିଚା କରିଛନ୍ତି। କେବଳ ଫଳ କିମ୍ବା ପନିପରିବା ଫଳାଉନାହାନ୍ତି, ବରଂ ସେ ତାଙ୍କ ବଗିଚାରେ ବିଭିନ୍ନ ଔଷଧୀୟ ତଥା ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ମଧ୍ୟ ଲଗାଇଛନ୍ତି। ଏହି ଚାଷ ସେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରୁଛନ୍ତି ।
ନିଜେ ଜୈବିକ ଉପାୟରେ ଖତ ଓ କୀଟନାଶକ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ଆମ୍ବ, ପଣସ, କମଳାକୁ ବାଦ୍‌ ଦେଲେ ସେ ଡ୍ରାଗନଫ୍ରୁଟ୍‌, ଆତ, ଲିଚୁ, ଅଙ୍ଗୁର, ଅଁଳା,ବ୍ଲୁବେରୀ, ମୁଲ୍‌ବେରୀ ଆଦି ଫଳ ସହିତ ବାଇଗଣ,ଅମୃତଭଣ୍ଡା, ଭେଣ୍ଡି, ଟମାଟୋ, ସଜନାଛୁଇଁ, ତରଭୁଜ ଇତ୍ୟାଦି ୩୩ ପ୍ରକାର ଫଳ ଓ ପନିପରିବା ଉପତ୍ାଦନ କରୁଛନ୍ତି। ଝାନ୍‌ସୀ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି। ୨୦୨୧ରେ ସେ ବିବାହ କରିବା ପରେ ଏହି ଉଦ୍ୟାନ ଆରମ୍ଭ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel