Advertisement

ଏଇ ଭାରତରେ

ସୁନେଲି ବାଉଁଶ କଥା ଶୁଣିଛନ୍ତି? ଏମିତି କିସମ ବାଉଁଶ ଚାଷ କରୁଛନ୍ତି କେରଳର ଜନସନ ଭର୍ଗିସ। କେବଳ ଏହି ବାଉଁଶ ନୁହେଁ, ସେ ୧୭ ଏକରରେ ୧୪୦ କିସମର ବାଉଁଶ ଜଙ୍ଗଲ ସୃଷ୍ଟି କରିଛନ୍ତି। ଏବେ ସେଥିରେ ୧୦ ହଜାର ବାଉଁଶ ଅଛି। ହେଲେ ସୁନେଲି ବାଉଁଶ ତାଙ୍କ ଜଙ୍ଗଲର ମୁଖ୍ୟ ଆକର୍ଷଣ। ଏହାବ୍ୟତୀତ ଏଥିରେ ବହୁ ବିରଳ କିସମର ବାଉଁଶ ରହିଛି। ସବୁ ବାଉଁଶର ପତ୍ର ପ୍ରାୟ ଭିନ୍ନ ।
ଏହିସବୁ ବାଉଁଶକୁ ସେ ନାଗାଲାଣ୍ଡ, ମଣିପୁର, ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ବିଭିନ୍ନ ଜଙ୍ଗଲରୁ ସଂଗ୍ରହ କରିଛନ୍ତି। ଜନ୍‌ସନଙ୍କ ବୟସ ଏବେ ୫୭। ସେ କାଲିକଟରୁ ବିଜ୍ଞାନରେ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଗୋଲମରିଚ ଚାଷ କରୁଥିଲେ। ତାହାକୁ ଛାଡ଼ି ବାଉଁଶ ଚାଷରେ ମନ ଦେଇଥିଲେ। ୨୦୧୦ରେ ଏହି କାର୍ଯ୍ୟ ଆରମ୍ଭ କରିବା ପରେ ଏବେ ୧୭ ଏକରରେ ବାଉଁଶ ଜଙ୍ଗଲ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ବ୍ୟତୀତ ସେ ଘରେ କୁଣ୍ଡରେ ୮୦ ପ୍ରକାର ବହୁ ପୁରୁଣା କିସମର ବାଉଁଶ ବଢାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel