ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପ୍ରଦୂଷଣ ହ୍ରାସ କରିବା ପାଇଁ ଯେଉଁମାନେ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟର ମନୀଷ କୋଠାରି । ରିନୋ ମେଶିନ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠା କରି ସେ ଏହି କାର୍ଯ୍ୟ କରୁଛନ୍ତି। ୧୦୦ ପ୍ରତିଶତ ବର୍ଜ୍ୟ ବ୍ୟବହାର କରି ସେଥିରୁ ଇଟା ପ୍ରସ୍ତୁତ କରାଯାଉଛି, ଯାହା ସାଧାରଣ ଇଟାଠାରୁ ଅଢ଼େଇଗୁଣ ମଜଭୁତ। କେବଳ ଏତିକି ନୁହେଁ, ଏହି ଇଟା ମଧ୍ୟ ସାଧାରଣ ଇଟା ଓଜନର ୩ଭାଗରୁ ୧ ଭାଗ, ଅର୍ଥାତ୍‌ ଖୁବ୍‌ ହାଲୁକା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଇଟା ତିଆରି କରିବାରେ ପାଣି ଆବଶ୍ୟକ ହେଉନାହିଁ। ପ୍ଲାଷ୍ଟିକ ବର୍ଜ୍ୟ ସହ ଦିଲିକା ପାଉଡର ମିଶାଯାଇ ଏହି ଇଟା ତିଆରି ହେଉଛି। ୮୦:୨୦ ଭାଗରେ ଏହା କରାଯାଉଛି। ଏହି ଇଟା ପ୍ରସ୍ତୁତିରେ କୌଣସି କାର୍ବନ ନିର୍ଗମନ ହେଉନାହିଁ, ଯାହା ପରିବେଶ ପାଇଁ ଉପଯୋଗୀ ହେଉଛି। ଯେଉଁ ମେଶିନରେ ଇଟା ତିଆରି ହେଉଛି ତାହାର ନାମ ରିନୋ ।