ଏଇ ଭାରତରେ

ଗୋଟିଏ ଜିଲାରେ ମାଣ୍ଡିଆ ଉତ୍ପାଦନ ୩୦୦ ପ୍ରତିଶତ ବୃଦ୍ଧି ହେବା ବିଷୟ କେବେ ଚିନ୍ତା କରିପାରୁଛନ୍ତି? ହଁ, ଏହା ସମ୍ଭବ ହୋଇଛି ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ। ଝାଡ଼ଖଣ୍ଡର ଗୁମଲା ଜିଲାକୁ ସେ ମାଣ୍ଡିଆ ରାଜଧାନୀରେ ପରିଣତ କରିଦେଇଛନ୍ତି। ୨୦୧୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୁମଲା ଜିଲାର ଡେପୁଟି କମିଶନର ଭାବେ ନିଯୁକ୍ତି ପାଇବା ପରେ ମାଣ୍ଡିଆ ଚାଷକୁ ବ୍ୟାପକ କରିବା ଲାଗି ପଦକ୍ଷେପ ନେଇଥିଲେ। ଏବେ ୨୦ ହଜାର କୃଷକ ୩୦ ହଜାର ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷ କରୁଛନ୍ତି। ଏମାନଙ୍କ ମଧ୍ୟରେ ୫,୦୦୦ରୁ ଅଧିକ ମହିଳା ଚାଷୀ ଅଛନ୍ତି। ଜିଲାରେ ମାଣ୍ଡିଆ ଉତ୍ପାଦନ ୩୦୦ ପ୍ରତିଶତ ବୃଦ୍ଧି ପାଇବା ଦ୍ୱାରା ଚାଷୀମାନେ ବହୁଗୁଣ ଲାଭ ପାଇପାରୁଛନ୍ତି। ଏହି ଚାଷରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ଚାଷୀମାନେ ପରିବେଶ ଉପଯୋଗୀ ପଦ୍ଧତିରେ ଚାଷ କରୁଛନ୍ତି। ମହିଳାମାନଙ୍କ ଦ୍ୱାରା ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେଶନ (ଏଫ୍‌ପିଓ) ଚାଲିଛି। ଏହା ମାଧ୍ୟମରେ ମହିଳାମାନେ ମାଣ୍ଡିଆରୁ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।