ଏଇ ଭାରତରେ

ଅନ୍ୟ ଦୁଃଖରେ ଦୁଃଖୀହେବା, ସମବେଦନା ଜଣାଇବା ମଣିଷପଣିଆର ପରିଚୟ। ଏମିତି ଭାବ ପ୍ରକାଶ କରିଛନ୍ତି ପୁଣେ ଜିଲା ହଡପ୍ସରର ମଞ୍ଜ୍ରିିି ଅଞ୍ଚଳର ବାସିନ୍ଦା। ସେମାନେ ତାଙ୍କ ଅଞ୍ଚରେ ରହୁଥିବା ଜଣେ ରିକ୍ସାଚାଳକଙ୍କର ଦୁଃଖ ଦୂର କରିବା ସହ ତାଙ୍କୁ ଋଣମୁକ୍ତ ବି କରିଛନ୍ତି । ରିକ୍ସାଚାଳକଙ୍କ ମାତାପିତାଙ୍କୁ ମଧ୍ୟ ଭିକ୍ଷାବୃତ୍ତିରୁ ବି ମୁକାଳିପାରିଛନ୍ତି। ମଞ୍ଜ୍ରିରେ ରହୁଥିବା ରିକ୍ସାଚାଳକ ଶିବାଜୀ କାମ୍ବଲି ଅଟୋରିକ୍ସା ଋଣରେ ଆଣିଥିଲେ। କରୋନା ମହାମାରୀରେ ଲକ୍‌ଡାଉନ ଯୋଗୁ ରୋଜଗାର କମିଲା ଓ ଋଣ ବୋଝ ବଢ଼ିଗଲା। ତିନୋଟି ପିଲା, ସ୍ତ୍ରୀ ସହ ମାତାପିତାଙ୍କୁ ଚଳାଇବା କଷ୍ଟକର ହେବାରୁ ମାତାପିତା ଭିକ୍ଷା ମାଗିବା ଲାଗି କହିବାରୁ ଶିବାଜୀ ବାଧ୍ୟବାଧକତାରେ ତାଙ୍କ ଘର ନିକଟରୁ ୩୦ କି.ମି. ଦୂର ଅଲାଣ୍ଡି ତୀର୍ଥସ୍ଥଳରେ ତାଙ୍କୁ ଛାଡି ଦେଇଥିଲେ। ସେଠାରେ ବହୁ ବ୍ୟକ୍ତି ଖାଦ୍ୟ ଦାନ କରୁଥିବାରୁ ସେଠାରୁ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିପାରିବେ ବୋଲି ତାଙ୍କର ବିଶ୍ୱାସ ରହିଥିଲା। କିନ୍ତୁ ମାତାପିତାଙ୍କୁ ସେଠାରେ ଛାଡିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜାଣିପାରି ତା’ର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ପରେ ଶିବାଜୀ ଯେଉଁ ରିକ୍ସା ସଂଘରେ ଥିଲେ ତାକୁ ଏ ସମ୍ପର୍କରେ ଜଣାଇଥିଲେ। ଏହି ସଂଘର ସଭାପତି ଓ ଶିବାଜୀ ବାସ କରୁଥିବା ଅଞ୍ଚଳର ବାସିନ୍ଦାମାନେ ତାଙ୍କୁ ଆର୍ଥିକ ସହାଯ୍ୟ ଦେଇ ଋଣମୁକ୍ତ କରିଛନ୍ତି।