Advertisement

ଏଇ ଭାରତରେ

ଶ୍ରୀଫଳ ନଡ଼ିଆ ସମସ୍ତଙ୍କର ପ୍ରିୟ। ଏହାର କତାରୁ ଦଉଡ଼ାଠାରୁ ଆରମ୍ଭ କରି ପାପୋଛ କିମ୍ବା ଅନ୍ୟ କିଛି ହସ୍ତକଳା ସାମଗ୍ରୀ ତିଆରି କରାଯାଉଥିବା ଆମେ ଦେଖୁଛୁ। କିନ୍ତୁ ଚେନ୍ନାଇର ଅନିସ ଅହମ୍ମଦ ନଡ଼ିଆ କତାରୁ କୁଣ୍ଡ, ଇଟା, ଗ୍ରୋବ୍ୟାଗ୍‌ ଓ କୋକୋପିଟ୍‌(ନଡ଼ିଆକତାରୁ ଗଛ ପାଇଁ ସମସ୍ତ ପ୍ରକାର ପୋଷାକ ଥିବା ଏକ ପ୍ରକାର ମାଟି ବା ଖତ) ପ୍ରସ୍ତୁତ କରୁଛନ୍ତି। ଏହାକୁ ସେ ଭାରତରେ ବିକ୍ରି କରିବା ସହ ବିଭିନ୍ନ ଦେଶକୁ ରପ୍ତାନି କରୁଛନ୍ତି ଏବଂ ବର୍ଷକୁ ଏଥିରୁ ୭୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁଖ୍ୟତଃ ୟୁରୋପିଆନ ଦେଶଗୁଡ଼ିକୁ ଅଧିକ କୋକୋପିଟ୍‌ ରପ୍ତାନି କରାଯାଉଛି। ‘ଗ୍ଲୋବାଲ ଗ୍ରୀନ୍‌ କଏର’ ଷ୍ଟାର୍ଟଅପ୍‌ ମାଧ୍ୟରେ ଅନିସ ଏହି କାର୍ଯ୍ୟ କରୁଛନ୍ତି। ଅନିସ ପ୍ରସ୍ତୁତ କରୁଥିବା କୋକୋପିଟ୍‌ରେ ବିନା ପ୍ରାକୃତିକ ମାଟିରେ ବି ଗଛ ଭଲ ଭାବେ ବଢିପାରୁଛି। ନଡ଼ିଆ କତାକୁ ଏଣେତେଣେ ଫିଙ୍ଗିଦେବା ଦ୍ୱାରା ପ୍ରଦୂଷଣ ବୃଦ୍ଧି ହେଉଛି। ଏଣୁ ତାଙ୍କ ଷ୍ଟାର୍ଟଅପ୍‌ ପ୍ରଦୂଷଣ ହ୍ରାସରେ ସହାୟକ ହୋଇପାରୁଛି ବୋଲି କହନ୍ତି ଅନିସ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel