ଏଇ ଭାରତରେ

ପରିସ୍ଥିତି ବେଳେବେଳେ ଏମିତି ହୋଇଥାଏ ଯେ ନିଜ ସଫଳତାକୁ ଆଖିରେ ଦେଖିବା ପରେ ବି ସହଜରେ ବିଶ୍ୱାସ କରିହୁଏନି। ଠିକ୍‌ ଏମିତି କିଛି ଘଟିଛି ଉତ୍ତରାଖଣ୍ଡର ଜଣେ ଚାଷୀଙ୍କ ସହିତ। ପାହାଡ଼ିଆ ଅଞ୍ଚଳରେ ସେ ଏକପ୍ରକାରର ନାଲି ମୂଳା ଚାଷ କରିଥିଲେ। କିନ୍ତୁ ଅମଳ କରିବା ପରେ ସେ ହଠାତ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାହିଁକିନା ସେ ଅମଳ କରିଥିବା ମୂଳା ମଧ୍ୟରେ ଏମିତି ଏକ ମୂଳା ଥିଲା ଯାହାର ଓଜନ ୧୦ କିଲୋଗ୍ରାମ୍‌ ୫୦୦ ଗ୍ରାମ୍‌। ଏବେ ବଡ଼ ମୂଳା ହୋଇଥିବା ସେ ଆଦୌ ଜାଣି ନ ଥିଲେ। ସେଥିପାଇଁ ପ୍ରଥମେ ହାତରେ ଉପାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଚାରିପାଖରେ ଥିବା ମାଟିକୁ ବାହାର କରି ମୂଳାଟିକୁ ମାଟି ତଳୁ ବାହାର କରିଥିଲେ। ଆଉ ଉପରକୁ ଆଣିବା ପରେ ଏତେ ବଡ଼ ମୂଳା ଦେଖି ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ଖୁସି ବି ହୋଇଥିଲେ। ସେଥିପାଇଁ ସେ ମୂଳାଟିକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏତେ ବଡ଼ ପାହାଡ଼ିଆ ମୂଳାକୁ ଦେଖି ଅନେକେ ଖୁସି ବ୍ୟକ୍ତ କରିଛନ୍ତି। ଏହାକୁ ଏକ ପ୍ରଦର୍ଶନୀରେ ସ୍ଥାନ ଦେବା ପାଇଁ ମଧ୍ୟ ପରାମର୍ଶ ବି ଦେଇଛନ୍ତି। ତେବେ ଏହି ମୂଳା ପାଇଁ ଏବେ ଚାଷୀଜଣକ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବାରୁ ବେଶ୍‌ ଖୁସି ଅଛନ୍ତି।