ଏଇ ଭାରତରେ

ଜମିବାଡ଼ି ମାମଲା ମହା ଝମେଲା। ଥରେ ଆରମ୍ଭ ହୋଇଗଲେ ପକ୍ଷ ଅଦାଲତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଆନ୍ତି। ତେବେ ଏଭଳି ୫୦,୦୦୦ ମାମଲାର ସମାଧାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଜିଲାପାଳ। ଉତ୍ତରପ୍ରଦେଶ ବସ୍ତି ଜିଲାର ଜିଲାପାଳ ବମ୍‌ସି ଆନ୍ଦ୍ରା ଏକ ଅଭିଯାନ ଆରମ୍ଭ କରି ୪ ମାସରେ ୫୦ ହଜାର ମାମଲା ସମାଧାନ କରିବାରେ ସଫଳ ହୋଇପାରିଛନ୍ତି। ସେପ୍ଟେମ୍ବର ୨୦୨୩ରେ ସେ ଜିଲାପାଳ ଦାୟିତ୍ୱ ନେଇଥିଲେ। ପରେ ଜିଲାରେ ପଡ଼ିରହିଥିବା ଜମିଜମା ସମ୍ପର୍କିତ ମାମଲାଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେଇଥିଲେ। ଜମି ମାପ, ନାଳି, ଖଜଣା, ବଣ୍ଟନ, ସୀମାବିବାଦ ଆଦିକୁ ନେଇ ଏହି ସବୁ ମାମଲା ଚାଲିିଥିଲା ଓ ଏଥିରେ ଲୋକଙ୍କ ଟଙ୍କା ଖର୍ଚ୍ଚ ହେବା ସହ ସମୟ ମଧ୍ୟ ନଷ୍ଟ ହେଉଥିଲା। ଏହି ଅଭିଯାନରେ ସେ ଅତିରିକ୍ତ ଜିଲାପାଳ, ଲେଖାପାଳଙ୍କ ସମେତ ସବୁ ଅଧିକାରୀଙ୍କୁ ସାମିଲ କରିଥିଲେ। ଅନେକ ସମୟରେ ଅଧିକାରୀମାନେ ଲୋକଙ୍କ ପାଖରେ ପହଞ୍ଚି ମାମଲାର ସମାଧାନ କରିଥିଲେ। ଏବେ ଆହୁରି ୧୯, ୦୦୦ ମାମଲା ପଡ଼ିରହିଛି ଓ ଏଗୁଡ଼ିକର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଳି ଜିଲାପାଳ କହିଛନ୍ତି।