ଏଇ ଭାରତରେ

କର୍ନାଟକର ମହିଳା ଚାଷୀ ରୋଜା ରେଡ୍ଡୀଙ୍କ ସଫଳତା ଏକ ଉଦାହରଣ ସୃଷ୍ଟି କରିଛି। ସେ କର୍ପୋରେଟ ଚାକିରି ଛାଡ଼ି ଜୈବିକ ଚାଷରୁ ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ୨୮ ବର୍ଷିଆ ରୋଜା କର୍ନାଟକର ଡୋନେହାଲି ଗାଁରେ ଏହି ଚାଷ କରୁଛନ୍ତି। ରୋଜା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ବେଙ୍ଗାଲୁରୁରେ ଚାକିରି କରିଥିଲେ। କୋଭିଡ୍‌ ସମୟରେ ଘରକୁ ଫେରି ସେ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଘରେ ରହି ଅଫିସ କାମ କରିବା ସହ ଅପରାହ୍ନରେ ଜମିରେ କାମ କରୁଥିଲେ। ପରେ ଚାକିରି ଛାଡ଼ି ୫୦ ଏକରରେ ୨୦ ପ୍ରକାର ପରିବା ଚାଷ କରୁଛନ୍ତି। ପ୍ରତିଦିନ ୫୦୦ରୁ ୭୦୦ କେ.ଜି. ପରିବା ଉପତ୍ାଦନ କରୁଛନ୍ତି। ରାସାୟନିକ ଚାଷରେ ଉର୍ବରତା ହରାଇ ପଡ଼ିଆ ପଡ଼ିଥିବା ୬ ଏକର ପୈତୃକ ଜମିରେ ପ୍ରଥମେ ସେ ଚାଷ ଆରମ୍ଭ କରିଥିଲେ। ରୋଜା କେବଳ ଚାଷରେ ଅଟକି ନାହାନ୍ତି, ସେ କର୍ନାଟକର ବିଭିନ୍ନ ଅଞ୍ଚଳକୁ ଯାଇ କୃଷକମାନଙ୍କୁ ଜୈବିକ ଚାଷ ପାଇଁ ସଚେତନ କରୁଛନ୍ତି। ଏବେ ସୁଦ୍ଧା ୫୦୦ରୁ ଅଧିକ କୃଷକଙ୍କୁ ଜୈବିକ କୃଷିରେ ସାମିଲ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri