ଏଇ ଭାରତରେ

କୋଭିଡ୍‌ ମହାମାରୀ ନାଁ ଶୁଣିଲେ ଭୟ ଲାଗେ। ସେମାନଙ୍କୁ ଛୁଇଁବା ତ ଦୂରର କଥା ତାଙ୍କ ପାଖାପାଖି ଯିବାକୁ ଭୟ ଲାଗେ। କିନ୍ତୁ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଡାକ୍ତରମାନେ ବ୍ୟବହାର କରୁଥିବା ପିପିଇ କିଟ୍‌କୁ ସଂଗ୍ରହ କରି ସେଥିରୁ ଗଦି ତିଆରି କରୁଛନ୍ତି କେରଳର ଲକ୍ଷ୍ମୀ ମେନନ। ଗଦି ତିଆରି କରି କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ତାହାକୁ ଯୋଗାଇ ଦେବା ସହ ବର୍ଜ୍ୟ ପରିଚାଳନାରେ ପ୍ରମୁଖ ଭୂମିକା ନେଉଛନ୍ତି। ସେ ୬ଫୁଟ ଲମ୍ବ ଓ ଅଢେଇଫୁଟ ଚଉଡ଼ାର ଗଦି ତିଆରି କରୁଛନ୍ତି। ଏଥିପାଇଁ ସେ କୌଣସି ମେଶିନ ବ୍ୟବହାର କରୁନାହାନ୍ତି,କେବଳ ଛୁଞ୍ଚତ୍ ଓ ସୂତାରେ କାମ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଓ୍ବାର୍ଟରପ୍ରୁଫ୍‌। ଏହାକୁ ସଫା କରି ଶୁଖାଯାଇପାରିବ। ଏହି କାମରେ ସେ ୨୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ୭୦୦ଟି ଗଦି ବୃଦ୍ଧାଶ୍ରମ, ଗୃହହୀନମାନେ ରହିଥିବା ଆଶ୍ରମକୁ ବିନା ମୂଲ୍ୟରେ ଯୋଗାଇଦେଇଛନ୍ତି। ମେନନ ମଧ୍ୟ ଏନଜିଓ, ଛାତ୍ରୀଛାତ୍ର ଏବଂ ସରକାରୀ ସଂସ୍ଥାଗୁଡ଼ିକୁ ଅନ୍‌ଲାଇନ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କର ଏହି ଅଭିଯାନକୁୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି।