ଏଇ ଭାରତରେ

ବ୍ୟାଟେରି ପାଇଁ ଶଢ଼େଇରୁ ତିଆରି ହେଉଛି ନାନୋକାର୍ବନ। ଏହା ବିଶ୍ୱାସ ହେଉ ନ ଥିଲେ ବି ସତ। ରାଜସ୍ଥାନ ଜୟପୁରର ଅକ୍ଷୟ ଜୈନ ଓ ମାହି ସିଂଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଏହି ଦମ୍ପତି କ୍ୟାନକ୍ରି ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି ନାନୋକାର୍ବନ ପ୍ରସ୍ତୁତ କରୁଛନ୍ତି। ଏକ ପରିବେଶ ଉପଯୋଗୀ ବିଶ୍ୱ ପାଇଁ ବ୍ୟାଟେରିରେ ଅଧିକ ଶକ୍ତି ଗଚ୍ଛିତ କରି ରଖିବା କ୍ଷେତ୍ରରେ ଏହା ସହାୟକ ହୋଇପାରୁଛି ଓ ଏହା ବ୍ୟାଟେରିର କ୍ଷମତା ୧୨୫% ବୃଦ୍ଧି କରିପାରୁଛି। ଫଳରେ ଖଣିଜଜାତ ଧାତବର ଆବଶ୍ୟକତା କମିବ ବୋଲି କହନ୍ତି ଅକ୍ଷୟ। ଏହିି ଟେକ୍ନୋଲୋଜିକୁ ସେମାନେ ପ୍ୟାଟେଣ୍ଟ କରିଛନ୍ତି। ଅକ୍ଷୟ ସିଙ୍ଗାପୁର ନ୍ୟାଶନାଲ ୟୁନିଭର୍ସିଟିରୁ କେମିକାଲ ଇଞ୍ଜିନିୟରିଂରେ ପିଏଚ୍‌.ଡି. ଓ ମାହି ସିଙ୍ଗାପୁରର ନୟାଙ୍ଗ ଟେକ୍ନୋଲୋଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ ସେମାନେ ନାନୋକାର୍ବନ ପ୍ରସ୍ତୁତ କରିବାକୁ ନଡିଆକତା, ବର୍ଜ୍ୟ କାଗଜ, ଫ୍ରୁଟ୍ସ ଷ୍ଟୋନ, ପାମ୍‌ କର୍ନେଲ ଶେଲ୍‌ ଇତ୍ୟାଦି ଉପରେ ପରୀକ୍ଷା କରିଥିଲେ। କିନ୍ତୁ ଶେଷରେ ଶଢ଼େଇରୁ ଶକ୍ତିଶାଳୀ ନାନୋକାର୍ବନ ମିଳିଥିଲା। ଏବେ ସୁଦ୍ଧା ଅତିକମ୍‌ରେ ୩,୫୦୦ ବ୍ୟାଟେରି କାନକ୍ରି ନାନୋକାର୍ବନରେ ତିଆରି କରାଯାଇଛି ଓ ଏହା ଦିଲ୍ଲୀ, ନଭି ମୁମ୍ବାଇ ଓ ପୁଣେ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ଏହି ବ୍ୟାଟେରିରେ ଦୁଇଚକିଆ ଯାନ ୨୨୫ କି.ମି. ଯାଇପାରୁଛି, ସ୍ପିଡ୍‌ ମଧ୍ୟ ବଢୁଛି।