ଏଇ ଭାରତରେ

ଅଗଣାରେ କିଭଳି ବଗିଚାଟିଏ କରିବେ ଓ ବିନା ମାଟିରେ ଅନେକ କୁଇଣ୍ଟାଲ ପନିପରିବା ଉତ୍ପାଦନ କରିବେ ତାହା ଦିଲ୍ଲୀର ଶଶାଙ୍କ ଦୁବେଙ୍କଠାରୁ ଶିଖିବା ଉଚିତ। ଯମୁନା ନଦୀ କୂଳରେ ଉତ୍ପାଦନ ହେଉଥିବା ପରିବାଗୁଡ଼ିକର ଗୁଣାମତ୍କ ମାନ ଖରାପ ବୋଲି ଜାଣିବା ପରେ ସେ ନିଜ ଅଗଣାରେ ଆକ୍ୱାପୋନିକ ପଦ୍ଧତିରେ ବିନା ମାଟିରେ ପରିବା ଚାଷ କରୁଛନ୍ତି। ପ୍ରତିମାସରେ ୫୦୦ କେ.ଜି. ପରିବା ଉତ୍ପାଦନ କରିବା ସହ ମାଛଚାଷ ମଧ୍ୟ କରୁଛନ୍ତି। ସେ ଚାକିରି ଛାଡ଼ି ଏହହି ଚାଷରେ ଲାଗିଛନ୍ତି। ବଡ଼ କଥା ହେଉଛି ଶଶାଙ୍କ ଅଦରକାରୀ ଡ୍ରମ୍‌ ଓ କ୍ୟାନ୍‌ ଆଣି ତାହାକୁ ମରାମତି କରି ସେଥିରେ ମାଛ ଚାଷ କରୁଛନ୍ତି। ମାଛ ଟାଙ୍କିରୁ ପାଣିକୁ ହାଇଡ୍ରୋପୋନିକ ଟ୍ୟୁବ୍‌ ମଧ୍ୟରେ ପ୍ରବାହିତ କରିବା ଦ୍ୱାରା ଗଛଗୁଡ଼ିକ ଆବଶ୍ୟକ ନ୍ୟୁଟ୍ରିଣ୍ଟ ପାଇପାରୁଛନ୍ତି। ସେ ପାଣିରେ ଲୁହାକଣ୍ଟା, ଲାଇମ୍‌ ଓ ଅଣ୍ଡାଖୋଳ ବ୍ୟବହାର କରୁଛନ୍ତି, ଯାହା ପାଣିରେ ଆଇରନ ଓ କ୍ୟାଲ୍‌ସିୟମ ଭାଗ ବଢାଉଛି। ସେ ଏହି ପଦ୍ଧତିରେ ୩ ବର୍ଷ ହେଲା ୬୦୦ ବର୍ଗଫୁଟ ଜାଗାରେ ପରିବା ଓ ମାଛଚାଷ କରୁଛନ୍ତି। ଏବେ ସେ ତାଙ୍କ ବଗିଚାରେ ୨୦୦୦ରୁ ଅଧିକ ଗଛ ଲଗାଇଛନ୍ତି।