ଏଇ ଭାରତରେ

ଜମି ନ ଥିଲେ ଚିନ୍ତା ନାହିଁ। ଘର ଛାତ ଉପରେ ବି ଚାଷ କରି ଭଲ ରୋଜଗାର କରିହେବ, ଯାହାର ଏକ ଉଦାହରଣ ହେଉଛନ୍ତି ରେମା ଦେବୀ। ସେ ଛାତ ଉପରେ ପନିପରିବା ଫସଲ କରି ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି। କେରଳ କୋଟାୟମରେ ତାଙ୍କ ଘର ଛାତ ଉପରେ ଏଭଳି ଚାଷ ୯୦ ଦଶକରେ ଆରମ୍ଭ କରିଥିଲେ। ବଗିଚା କରିବାର କୌଶଳ ଲୋକମାନଙ୍କୁ ଶିଖାଉଛନ୍ତି। ଏହି ବଗିଚା ସେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରିଛନ୍ତି। ପ୍ରଥମେ ସେ ୪ଟି କିସମର ପରିବା ଚାଷରୁ ଆରମ୍ଭ କରିଥିଲେ। ଏବେ ୨୦ରୁ ୩୦ ପ୍ରକାର ଫଳ ଓ ପରିବା ଫଳାଉଛନ୍ତି। ନିଜେ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ବ୍ୟବହାର କରୁଛନ୍ତି। ସେ ପରିବା ବିକ୍ରିରୁ ଯାହା ରୋଜଗାର କରୁଛନ୍ତି ତାହାଠାରୁ ଅଧିକ ଗୁଣ ମଞ୍ଜିରୁ ପାଉଛନ୍ତି। ପ୍ରତ୍ୟେକ ମଞ୍ଜି ପ୍ୟାକେଟକୁ ୨୫ରୁ ୪୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି। ସେ କେରଳର ବିଭିନ୍ନ ଅଞ୍ଚଳରୁ ଅର୍ଡର ପାଉଛନ୍ତି। ରମା ପିଲାବେଳୁ ବଗିଚା କରିବାକୁ ଭଲ ପାଉଥିଲେ। ତାଙ୍କ ଭଉଣୀ ମଧ୍ୟ ଜଣେ ସଫଳ ଗର୍ଡେନର। ବିବାହ ପରେ ସେ ଛାତ ଉପରେ ବଗିଚା ଆରମ୍ଭ କରିଥିଲେ।