ଏଇ ଭାରତରେ

ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ, ଶେଷ ରାୟ ମିଳିବା ପୂର୍ବରୁ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ତେବେ ଏଭଳି ସମସ୍ୟାର ସମାଧାନ ସହଜ ମନେ ହେଉ ନ ଥିଲେ ବି ସମ୍ଭବ ବୋଲି କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି ଉତ୍ତର ପ୍ରଦେଶର ଜଣେ ଜିଲାପାଳ। ବସ୍ତି ଜିଲାର ଜିଲାପାଳ ବମ୍‌ସି ଆନ୍ଦ୍ରା ୫୦ ହଜାର ଜମିବାଡ଼ି ମାମଲାର ସମାଧାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ମାତ୍ର ୪ ମାସରେ ୫୦ ହଜାର ମାମଲା ସମାଧାନ କରିବାରେ ସଫଳ ହୋଇତଛନ୍ତି। ଆନ୍ଦ୍ରା ସେପ୍ଟେମ୍ବର ୨୦୨୩ରେ ଜିଲାପାଳ ଦାୟିତ୍ୱ ନେବାପରେ ଜିଲାରେ ପଡ଼ିରହିଥିବା ଜମିଜମା ମାମଲାଗୁଡ଼ିକର ସମାଧାନ ଲାଗି ଅଭିଯାନ ଆରମ୍ଭ କରିଥିଲେ। ବିଶେଷକରି ଜମି ମାପ, ଖଜଣା, ବଣ୍ଟନ, ସୀମା ବିବାଦକୁ ନେଇ ଏହି ମାମଲାଗୁଡ଼ିକ କୋର୍ଟରେ ବିଚାରାଧୀନ ରହିଥିଲା। ଏଥିପାଇଁ ଲୋକେ ଖର୍ଚ୍ଚାନ୍ତି ବି ହେଉଥିଲେ। ଆନ୍ଦ୍ରା ଏହି ଅଭିଯାନରେ ଅତିରିକ୍ତ ଜିଲାପାଳ ସମେତ ଅନ୍ୟସବୁ ଅଧିକାରୀଙ୍କ ସହଯୋଗ ନେଇଥିଲେ। ସମସ୍ତ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚତ୍ ମାମଲାର ସମାଧାନ କରିବା ଦ୍ୱାରା ଏତେ ପରିମାଣର ମାମଲା ସମାଧାନ ସମ୍ଭବ ହୋଇପାରିଛି।