ଏଇ ଭାରତରେ

ସିଲିକୋସିସ୍‌ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଆଦିବାସୀଙ୍କ ମୃତ୍ୟୁର କାରଣ ପାଲଟଛି। ଏହା ଏକପ୍ରକାର ଫୁସ୍‌ଫୁସ୍‌ ରୋଗ। କ୍ରିଷ୍ଟାଲାଇନ ସିଲିକା ଧୂଳି ନିଃଶ୍ୱାସରେ ଫୁସ୍‌ଫୁସକୁ ପ୍ରବେଶ କଲା ପରେ ଏହା ସୃଷ୍ଟି ହୋଇଥାଏ। ବ୍ୟାପକ ଖଣି ଖାଦାନ କାର୍ଯ୍ୟ ଯୋଗୁ ଏ ମାରାମତ୍କ ରୋଗରେ ବିଗତ ଦୁଇ ଦଶନ୍ଧିରେ ଅତିକମ୍‌ରେ ୧୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ସିଲିକୋସିସ୍‌ର ପଞ୍ଝାରୁ ଆଦିବାସୀମାନଙ୍କୁ ମୁକ୍ତ ରଖିବାକୁ ସଚେତନତା ସୃଷ୍ଟି କରୁଛନ୍ତି ସମିତ କୁମାର କ୍ରାରା। ସେ ଦୀର୍ଘ ୨୦ ବର୍ଷ ହେଲା ଆଦିବାସୀ ଶ୍ରମିକଙ୍କ ପରିବାରକୁ ସାହାଯ୍ୟ କରିଆସୁଛନ୍ତି। ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ସହ ଏହି ରୋଗରେ ମୃତ୍ୟୁ ହେଉଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ପାଇବାରେ ସହଯୋଗ କରୁଛନ୍ତି। ଅକୁପେସନାଲ ସେଫ୍ଟି ଆଣ୍ଡ୍‌ ହେଲ୍‌ଥ ଆସୋସିଏଶନ ଅଫ୍‌ ଝାଡ଼ଖଣ୍ଡ(ଓଏସ୍‌ଏଚ୍‌ଏଜେ) ଏନ୍‌ଜିଓ ମାଧ୍ୟମରେ ସେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ସମିତ ଏବେ ସୁଦ୍ଧା ସିଲିକୋସିସ୍‌ରେ ମୃତ୍ୟୁବରଣ କରିଥିବା ୫୦ଜଣଙ୍କ ପରିବାରର ସଦସ୍ୟଙ୍କୁ କ୍ଷତିପୂରଣ ପାଇବାରେ ସାହାଯ୍ୟ କରିସାରିଲେଣି।