Advertisement

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିଛନ୍ତି। ଏହା ସତ୍ତ୍ୱେ ସେ ‘ଗ୍ରାମୀଣ ଶ୍ରମିକ ପ୍ରତିଷ୍ଠାନ’ ଗଢ଼ି ଦୃଷ୍ଟିବାଧିତଙ୍କ ସହ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ କୌଶଳଭିତ୍ତିକ ପ୍ରଶିକ୍ଷଣ ଦେଉଛନ୍ତି। ଏବେସୁଦ୍ଧା ସେ ୧,୦୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ସଶକ୍ତ କରିସାରିଲେଣି। ଏହି କାର୍ଯ୍ୟ ପାଇଁ ତାଙ୍କ ଯାତ୍ରା ବହୁ କଠିନ ଥିଲା। ପ୍ରଥମେ ସେ ଗ୍ରାମୀଣ ଶ୍ରମିକ ପ୍ରତିଷ୍ଠାନ ଏକ ଝୋପଡ଼ିରୁ ଆରମ୍ଭ କରିଥିଲେ। ପରେ ଲାଟୁର ଜିଲାର ବୁଧୋଦା ଗାଁରେ ଜମି କିଣି ଘର କରିଥିଲେ। ଏଥିରେ ତାଙ୍କୁ ତାଙ୍କ ପିତାଙ୍କ ସହଯୋଗ ମିଳିଥିଲା। ଏହି କାର୍ଯ୍ୟ ଆରମ୍ଭ କରିବା ସମୟରେ ତାଙ୍କୁ ପାଗଳ ବୋଲି ଲୋକେ କହୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତି। ହରିଶ୍ଚନ୍ଦ୍ରଙ୍କ ପୁଅ ପ୍ରଶାନ୍ତ ଏହି କାର୍ଯ୍ୟରେ ଏବେ ତାଙ୍କୁ ସହଯୋଗ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel