ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି ସେ ଏହି କାର୍ଯ୍ୟରେ ସଫଳତା ପାଇପାରିଛନ୍ତି। ଭଜିନାଥଙ୍କ ବୟସ ୭୭। ସେ କୃଷି ବିଭାଗରେ ଚାକିରି କରିଥିଲେ ଓ ଅବସର ନେବା ପରେ ମାନଗଙ୍ଗାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ଭଜିନାଥ ୨୦୧୧ରୁ ଲୋକମାନଙ୍କ ସହଯୋଗରେ ୭୫ କି.ମି. ବ୍ୟାପୀ ପ୍ରବାହିତ ଏହି ନଦୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିେଲେ। ସେ ପ୍ରଥମେ ହର୍ଟିକଲଚରିଷ୍ଟ, ବଟାନିଷ୍ଟ ଏବଂ ଜଳସେଚନ ବିଶେଷଜ୍ଞ, ଅବସରପ୍ରାପ୍ତ ସେନା କର୍ମଚାରୀ, ଶିକ୍ଷାବିତ୍‌ମାନଙ୍କୁ ନେଇ ଏକ ୧୧ ଜଣିଆ ଟିମ୍‌ ଗଠନ କରିିଥିଲେ। ସେମାନେ ନଦୀ ପ୍ରବାହ ଉପରେ ଅନୁଧ୍ୟାନ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ନଦୀକୂଳର ଗ୍ରାମବାସୀମାନଙ୍କୁ ନେଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ନଦୀ ଶଯ୍ୟାରୁ ବିଭିନ୍ନ ଦଳ, ବୁଦାଗଛ ଆଦି ସଫା କରିବା ସହ ସ୍ରୋତରେ ପ୍ରତିିବନ୍ଧକ ସାଜୁଥିବା ବର୍ଜ୍ୟ ମଧ୍ୟ ହଟାଇଦେଇଛନ୍ତି। ସେମାନେ ‘ମାନଗଙ୍ଗା ବ୍ରହ୍ମନ୍‌ସେବା ମଲ୍‌ଟିପର୍ପସ ସୋସାଇଟି’ ଗଠନ କରିଛନ୍ତି। ତା’ମାଧ୍ୟମରେ ପାଣ୍ଠି ଯୋଗାଡ଼ କରି ଏହି କାର୍ଯ୍ୟ କରିପାରିଛନ୍ତି। ନଦୀ ପୁନରୁଦ୍ଧାର ହେବା ପରେ ମରୁଡ଼ିପ୍ରବଣ ସୋଲାପୁର ଜିଲାରେ ଜଳସେଚନରେ ଏହା ସହାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image