ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହାକୁ ନିର୍ମାଣ କରିଛନ୍ତି ସନ୍ଦୀପ ତିଓ୍ବାରୀ। ୫ ବର୍ଷ ଗବେଷଣା କରାଯିବା ପରେ ଏହି ମେଶିନ ନିର୍ମାଣ ହୋଇପାରିଛି। ଏହି ମେଶିନରେ ୧୦ରୁ ୨୦ ଟନ୍‌ ପର୍ଯ୍ୟନ୍ତ କଠିନ ବର୍ଜ୍ୟକୁ ୮ ଘଣ୍ଟା ମଧ୍ୟରେ ଖତ କରାଯାଇପାରୁଛି। ବଡ଼ କଥା ହେଉଛି,ଏଥିରେ ପରିବେଶକୁ କ୍ଷତି କଲାଭଳି କୌଣସି ନିର୍ଗମନ ହେଉନାହିଁ। ଏହା କେବଳ ମାଟିରେ ବର୍ଜ୍ୟ ଠୁଳ ହେବା ସମସ୍ୟା ଦୂର କରୁନି, ବରଂ ପରିବେଶରୁ କାର୍ବନ ହ୍ରାସ କରିବାରେ ସାହାଯ୍ୟ କରୁଛି। ଏହି ମେଶିନ ଘରୋଇ ବର୍ଜ୍ୟ ପରିଚାଳନାରେ ବି ସହାୟକ ହୋଇପାରିବ। ଉଲ୍ଲେଖନୀୟ ଯେ, ଭାରତରେ ବର୍ଷକୁ ୬୨ ମିଲିୟନ ଟନ୍‌ ବର୍ଜ୍ୟ ବାହାରୁଛି। ତେବେ ଗୋଲ୍‌ଡ କମ୍ପୋଷ୍ଟର ବ୍ୟାପକ ବ୍ୟବହାର ଏଭଳି ବର୍ଜ୍ୟ ପାହାଡ଼କୁ ହ୍ରାସ କରିପାରିବ ବୋଲି କୁହନ୍ତି ସନ୍ଦୀପ।