ଏଇ ଭାରତରେ

ଜୀବନରେ ଘରପରିବାରକୁ ପଛ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ବାହାରି ଆସନ୍ତି ଅହମ୍ମଦାବାଦର ଏକ ଦମ୍ପତି। ଦୀପକ ଏବଂ ମଞ୍ଜୀର ଚାକିରି କରିଥିଲେ। ଅବସର ନେବା ପରେ ନିଜ ପରିବାର ସହ ଅସହାୟ ପିଲାମାନଙ୍କୁ ଯୋଡ଼ି ଦେଇଛନ୍ତି। ସେମାନେ କରୋନା ମହାମାରୀ ସମୟରେ ବି ଏଭଳି ପିଲାମାନଙ୍କ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତିଦିନ ୬ ଘଣ୍ଟା ସେମାନଙ୍କୁ ଅନଲାଇନରେ ପଢାଉଛନ୍ତି। ୩ୟରୁ ୧୦ମ ଶ୍ରେଣୀର ପିଲାମାନଙ୍କୁ ଯେଉଁମାନେ ଅର୍ଥାଭାବରୁ ସ୍କୁଲ ଯିବା ଲାଗି ଅକ୍ଷମ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ଗରିବ ପିଲାଙ୍କୁ ପଢାଇବା ଲାଗି ସେମାନେ ଏବେ ଏହି ଅଭିଯାନ ଆରମ୍ଭ କରିନାହାନ୍ତି ବରଂ ୨୦୦୫ରୁ ‘ଦାଦା-ଦିଦି ବିଦ୍ୟା ପରବ’ ସଂସ୍ଥା ଗଢ଼ି ମାଗଣାରେ ପିଲାମାନଙ୍କୁ କୋଚିଂ ଦେଇ ଆସୁଛନ୍ତି। ଏବେ ସୁଦ୍ଧା ୧୦୦୦ରୁ ଊର୍ଦ୍ଧ୍ୱ ପିଲା ଏଥିରେ ଉପକୃତ ହୋଇପାରିଛନ୍ତି।
ଏବେ ସେମାନେ ଅନଲାଇନରେ ୩୫ ଜଣ ପିଲାଙ୍କୁ ପଢାଉଛନ୍ତି। ସେମାନଙ୍କୁ ମୋବାଇଲ ରିଚାର୍ଜ ଭାଉଚର ବି ଯୋଗାଉଛନ୍ତି। ଦୀପକ ଗୁଜରାଟ ଷ୍ଟେଟ ଫାଇନାନ୍ସ କର୍ପୋରେଶରେ ୨୦୦୪ ପର୍ଯ୍ୟନ୍ତ ଚାକିରି କରିଥିଲେ ା ଅବସର ନେବାପରେ ସେ ଏହି ଅଭିଯାନ ଆରମ୍ଭ କରି ଗରିବ ପିଲାମାନଙ୍କୁ ଶିକ୍ଷାର ଧାରାରେ ଯୋଡିବାରେ ଲାଗିଛନ୍ତି। କୋଭିଡ୍‌ କଟକଣା ହଟିବା ପରେ ପୁଣି ତାଙ୍କ ଶିକ୍ଷାଦାନ ଅଭିଯାନକୁ ବ୍ୟାପକ କରିବେ ବୋଲି କହିଛନ୍ତି ଦୀପକ।