ଏଇ ଭାରତରେ

ଇସ୍ରାଏଲର ମୂଳ ବାସିନ୍ଦା ମିଚେଲ ହାରିସନ ୧୯୮୪ରେ କୋଲକାତାକୁ ଆସିବା ପରେ ଜଣେ ଅସହାୟ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କର ଜଣେ ଜନ୍ମିତ କନ୍ୟା ଥିଲେ ବି କୋଲକାତାରେ ଅସହାୟ ଝିଅମାନଙ୍କ ଅବସ୍ଥା ଦେଖି ସେ ଏଭଳି ଝିଅମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ମିଚେଲ ଏକାଧିକ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କୁ ଶିକ୍ଷା, ସ୍ବାସ୍ଥ୍ୟସେବା ଯୋଗାଇବା ସହ ସଶକ୍ତ କରୁଛନ୍ତି। ସ୍ତନକର୍କଟରେ ପୀଡ଼ିତ ହେବା ସତ୍ତ୍ୱେ ମିଚେଲ ତାଙ୍କ ଲକ୍ଷ୍ୟପଥରୁ ଓହରି ନ ଥିଲେ। ତାଙ୍କୁ ଏବେ ୮୧ବର୍ଷ ବୟସ। କର୍କଟରୁ ମୁକ୍ତ ହୋଇ ୨୦୦୬ରେ ‘ଚାଇଲ୍ଡଲାଇଫ ପ୍ରିଜର୍ଭ ଶିଶୁର ସେବୟ’ ସଂସ୍ଥା ଗଠନ କରି ଏହି ସେବା କାର୍ଯ୍ୟ ଚଳାଉଛନ୍ତି। ଏବେ ତାଙ୍କ ଘର ସେବାଶ୍ରମରେ ପରିଣତ ହୋଇଯାଇଛି। ସେଠାରେ ୨୦ଜଣ ଅସହାୟ ଝିଅ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଚାରିଜଣ ଦିବ୍ୟାଙ୍ଗ ଅଛନ୍ତି। ୧୪ ଝିଅ ବିଭିନ୍ନ ଭୋକେଶନାଲ କୋର୍ସରେ ନାମ ଲେଖାଇଛନ୍ତି। ସେମାନେ ମୁଖ୍ୟତଃ ଟେଲରିଂ ଓ ଗହଣା ତିଆରି ଶିକ୍ଷା କରୁଛନ୍ତି।