ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ ରହିବା ଫଳରେ ନିଆଁ ବ୍ୟାପିବାରେ ସାହାଯ୍ୟ କରୁଛି। ତେବେ ଏହି ପାଇନ ନିଡଲ୍ସ ବର୍ଜ୍ୟର ସଦ୍‌ଉପଯୋଗ କରୁଛନ୍ତି ଦୁଇ ଭଉଣୀ ନୂପୁର ଓ ସାବିତ୍ରୀ ପୋହାରକର। ସେମାନେ ପାଇନ୍ସ ନିଡଲ୍ସରୁ ସର୍ଭିଂ ଟ୍ରେ, ଷ୍ଟୋରେଜ ବକ୍ସ, ଟେବୁଲ ମ୍ୟାଟ ଆଦି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ସେମାନେ ‘ପିରୁଲ ହ୍ୟାଣ୍ଡିକ୍ରାଫ୍ଟ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହିି କାର୍ଯ୍ୟ କରୁଛନ୍ତି। ପ୍ରଥମେ ୨୦୨୧ରେ ସେମାନେ ୧୫ ଜଣ ମହିଳାଙ୍କୁ ନେଇ ପାଇନ ନିଡଲ୍ସରୁ ଉପତ୍ାଦ ତିଆରି କରିବା ଆରମ୍ଭ କରିଥିଲେ। ଏବେ ତାଙ୍କ ସଂସ୍ଥାରେ ୮ଟି ଗାଁର ପାଖାପାଖି ୧୦୦ ମହିଳା କାମ କରୁଛନ୍ତି। ମହିଳାମାନେ ଏବେ ସୁଦ୍ଧା ୧୨,୦୦୦ ଉତ୍ପାଦ ବିକ୍ରି କରିସାରିଲେଣି। ଏଥିରେ ମୋଟ ୨୦,୦୦୦ କେଜି ପାଇନ ନିଡଲ୍ସ ବ୍ୟବହାର କରିସାରିଲେଣି। ବିଶେଷକରି ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ ସମେତ ଭାରତର ଅନ୍ୟ ବୃହତ୍‌ ସହରଗୁଡ଼ିକରେ ବିକ୍ରି କରାଯାଉଛି। ସେମାନେ ଏହାକୁ ମଧ୍ୟ ଆମେରିକାକୁ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

ଏଇ ଭାରତରେ

ପ୍ରତିବର୍ଷ ଗ୍ରୀଷ୍ଣଋତୁରେ ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଯାଏ। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗଣେଶ ସନଭାଗଙ୍କ ଚେଷ୍ଟା ଯୋଗୁ...

ଫେରିଲେ ସୁନୀତା

ଦୀର୍ଘ ୯ ମାସରୁ ଊର୍ଦ୍ଧ୍ୱ ସମୟ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୧୮, ୨୦୨୫ ତାରିଖ ଅପରାହ୍ନ ୫ଟା ୫୭ ମିନିଟ୍‌ ସମୟରେ ମେକ୍ସିକୋ ଉପସାଗରସ୍ଥିତ...

ନିଜକୁ ଭଲପାଆନ୍ତୁ

ଖାଇବା ବନ୍ଦ କରି ମୃତ୍ୟୁ ଆପଣାଇଲେ ୧୮ ବର୍ଷୀୟା ବାଳିକା। ଶୁଣିବାକୁ ଯେତିକି ଅବିଶ୍ୱସନୀୟ ଲାଗୁଛି ବାସ୍ତବତା ଆହୁରି ଭୟଙ୍କର। ଏକଦା ମଧୁର ଜୀବନ ବିତାଉଥିବା...

ଏସୀୟ ଏକତା ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏସିଆରେ ଭୂ-ରାଜନୈତିକ ଓ ଆର୍ଥିକ ସଙ୍କଟଜନିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟି କରିଛନ୍ତି। ଟ୍ରମ୍ପ୍‌ଙ୍କ ବ୍ୟବସାୟିକ କୂଟନୀତି, ସାମଗ୍ରୀ ଉପରେ ଟିକସ...

ବୃଦ୍ଧ ଓ ଯୁବ ବାବା

ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏବେ ଏକ ନୂଆ ପିିଢ଼ିର ବାବାଙ୍କୁ ଦେଖିବା ଓ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମିଳୁଛି। ଏହି ବାବାମାନେ ଯୁବକ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image