ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ ‘ସହାୟତା ଟ୍ରଷ୍ଟ’ ଗଠନ କରି ତା’ ମାଧ୍ୟମରେ ଏହି ପ୍ରଶିକ୍ଷଣ ଅଭିଯାନ ଚଳାଇଛନ୍ତି। ଏବେ ସୁଦ୍ଧା ମାୟା ୧,୩୩,୦୦୦ ଲୋକଙ୍କୁ ସଡ଼କ ଦୁର୍ଘଟଣାରେ ଜୀବନ ରକ୍ଷା ଉପାୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ସାରିଲେଣି। ମାୟାଙ୍କ ଜନ୍ମ ଆଜମେରରେ। ସେ ସେଠାରେ ପଢିଛନ୍ତି ଓ ବଢିଛନ୍ତି। ପରେ ଏମ୍‌ବିବିଏସ୍‌ରେ ଡିଗ୍ରୀ ହାସଲ କରି ଜଣେ ଆନାସ୍ଥେସିଓଲୋଜିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ୧୯୮୫ରେ ଅବସର ନେବା ପରେ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରଥମେ ରାଜସ୍ଥାନ ପୋଲିସ ଏକାଡେମୀ ଅନୁରୋଧରେ ପୋଲିସମାନଙ୍କୁ ଦୁର୍ଘଟଣା ପୀଡ଼ିତଙ୍କ ଜୀବନ ବଞ୍ଚାଇବା ସମ୍ପର୍କରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହା ପରେ ବିଭିନ୍ନ ସେମିନାର ମାଧ୍ୟମରେ ସେ ମାଗଣାରେ ଏହି କାର୍ଯ୍ୟକ୍ରମ ଚଳାଇଛନ୍ତି। ସହାୟତା ଟ୍ରଷ୍ଟ ମଧ୍ୟ ସରକାରଙ୍କ ସହ ମିଶି ବିଭିନ୍ନ ସାର୍ବଜନୀନ ସ୍ଥାନରେ ଜରୁରୀ ସେବା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେଖନ୍ତି ବହୁତ, ପଢୁଛି କିଏ

ଏ ବେଳ ତ କମ୍ପୁଟରର। ମୋବାଇଲ ତ ଜୀବନ ଧାରା ବଦଳାଇଦେଲାଣି। ସୁଇଚ୍‌ ଟିପିଦେଲେ ଆଖି ଆଗରେ ନାଚି ଉଠୁଛି ବହୁତ କିଛି। କାଲିକଥା ଆଜି...

ବିଶ୍ୱ ବିଧାତା

ବିଶ୍ୱ ନିଅନ୍ତାଙ୍କୁ ଆମେ ଭଗବାନ୍‌ ବୋଲି ବିବେଚନା କରିଥାଉ। ଅବଶ୍ୟ ସେହି ଭଗବାନ୍‌ଙ୍କ ସ୍ବରୂପକୁ ଅନେକ ଗୋଷ୍ଠୀ ଅନେକ ପ୍ରକାର ବର୍ଣ୍ଣନା କରନ୍ତି। ଆଜି ବିଜ୍ଞାନର...

ସ୍ନୋ ପାଉଡର ଲଗାଅ ନାହିଁ

ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍‌ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ...

ଥରେ ବୁଝନ୍ତୁ ପିଲାର ମନ

ଯୁଗ ସହ ତାଳ ଦେଇ ମଣିଷ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହୋଇଛି। ପ୍ରତି ମୁହୂର୍ତ୍ତରେ ଅନ୍ୟମାନଙ୍କଠାରୁ ଭିନ୍ନ ହେବା ଲକ୍ଷ୍ୟରେ ସଭିଙ୍କ ମନରେ ବଢ଼ି...

ଇଣ୍ଡିଆ ମେଣ୍ଟର ଭବିଷ୍ୟତ

୨୦୨୪ ମସିହା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏ ବିପକ୍ଷରେ ବିରୋଧୀ ଦଳ ପକ୍ଷରୁ ମିଳିତ ମେଣ୍ଟ ଗଠନ...

ଆମେ କାମ ଚୋର

ଅତୀତରେ ରାଜାମାନେ ଶୋଷଣକାରୀ ଥିଲେ। ସେତେବେଳେ ଲୋକେ କେବଳ ଚାଷ ଉପରେ ନିର୍ଭର କରୁଥିଲେ। ଚାଷ ବ୍ୟତୀତ ଅନ୍ୟ ଅର୍ଥନୈତିକ ପନ୍ଥା ନ ଥିଲା। ଯୋଗାଯୋଗର...

ରିଲ୍‌ରେ ଜୀବନ

ପୁଅ କହିଲା- ‘ବାପା! ଏତେ ଲେଖାଲେଖି କରୁଛ। ତାକୁ ଛୋଟ ଛୋଟ କ୍ଲିପ କରି ରିଲ୍‌ କରୁନ। ଭାରି ବଢ଼ିଆ ହେବ।’ ଲ୍ୟାପ୍‌ଟପରୁ ଧ୍ୟାନ ହଟେଇ...

ଓଡ଼ିଆର ବାଣିଜ୍ୟ ବିସ୍ତାର

ପ୍ରସଙ୍ଗଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ତଅପୋଇର ଛେଳିଚରା ସହିତ ଓଡ଼ିଆର ବାଣିଜ୍ୟ ବିସ୍ତାରର କ’ଣ ସମ୍ପର୍କ ଅଛି ? ହଁ ସମ୍ପର୍କ ଅଛି ପାଠକ ବନ୍ଧୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri