ଏଇ ଭାରତରେ

ଜୈବିକ ଆଇସକ୍ରିମ୍‌ ଫ୍ୟାକ୍ଟ୍ରି ଦେଖିବାକୁ ପାଇବେ ଆନ୍ଧ୍ରପ୍ରଦେଶର ନେଲୋରରେ। ଏହାକୁ ଚଳାଉଛନ୍ତି ଉଦ୍ୟୋଗପତି ସୁବାସ ବି ଶେଟ୍ଟି। ଏହି ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଲିଛି। ଅର୍ଥାତ୍‌ ସବୁଥିରେ ସୌରଶକ୍ତି ଉପଯୋଗ କରାଯାଉଛି। ଏହି ବ୍ୟବସାୟରୁ ସେ ବର୍ଷକୁ ୧୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ଏଥିରେ ଜୈବିକ ରଙ୍ଗ ବ୍ୟବହାର ହେଉଛି। ସୁବାସ ଫାର୍ମାସିରେ ପିଏଚ୍‌ଡି କରିଛନ୍ତି। ହେଲେ ସେ ଏଥିରେ କ୍ୟାରିୟର ନ କରି ଜୈବିକ ପଦ୍ଧତିରେ ଆଇସକ୍ରିମ୍‌ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ନେଲୋରରେ ପ୍ରଚୁର କ୍ଷୀର ଉପଲବ୍ଧ ହେଉଥିବାରୁ ସେ ଏହାକୁ ଉପଯୋଗ କରି ଆଇସକ୍ରିମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଏବେ ସେଥିରେ ସେ ସଫଳ ହୋଇପାରିଛନ୍ତି। ଦୁଇ ଦଶନ୍ଧି ପୂର୍ବେ ଏହି ବ୍ୟବସାୟ ଆରମ୍ଭ କରିବାର ଦୁଇଦିନ ମଧ୍ୟରେ ସେ ୪୫ ଲିଟର ଆଇସକ୍ରିମ୍‌ ପ୍ରସ୍ତୁତ କରିପାରିଥିଲେ। ଏବେ ୮୦ଟି ଆଉଟଲେଟ୍‌ ରହିଛି। ସବୁଠୁ ବଡ଼ କଥା ହେଉଛି ଫ୍ୟାକ୍ଟ୍ରିରୁ ବାହାରୁଥିବା ବର୍ଜ୍ୟପାଣିକୁ ସେ ବଗିଚାରେ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri