ଏଇ ଭାରତରେ

ରୋଷେଇ ଘରୁ ବାହାରୁଥିବା ବର୍ଜ୍ୟ ବାହାରେ ଫିଙ୍ଗି ଦେବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ସମସ୍ୟାର ସମାଧାନ କରିବାକୁ ସଫଳ ହୋଇଥିବା ମହିଳା ଜଣକ ହେଉଛନ୍ତି ହାଇଦ୍ରାବାଦର ପାବନି ଲୋଲା। ସେ ୨୦୨୦ରେ ‘ଭାପ୍ରା କମ୍ପୋଷ୍ଟ’ର ବିକାଶ କରିଥିଲେ। ଏଥିରେ ଜୈବିକ ବର୍ଜ୍ୟକୁ ଖତରେ ପରିଣତ କରାଯାଉଛି। ସାତ ଦିନ ମଧ୍ୟରେ ଖତ ହୋଇଯାଉଛି। ପାରମ୍ପରିକ ପଦ୍ଧତିରେ ଖତ ହେବାକୁ ୪୦-୬୦ ଦିନ ଲାଗୁଥିବାେବେଳ ପ୍ରାକୃତିକ ଉପାୟରେ କମ୍ପୋଷ୍ଟର ତାପମାତ୍ରା ବୃଦ୍ଧି ନ କରି ଖତ ତିଆରି କରାଯାଇପାରୁଛି। ଏହାର ମୂଲ୍ୟ ୩,୫୦୦ ଟଙ୍କା ରଖାଯାଇଛି। ଜୈବିକ ବର୍ଜ୍ୟରେ ଗ୍ରୀନ୍‌ ମିକ୍ସ ପାଉଡର ମିଶାଇ କମ୍ପୋଷ୍ଟରେ ରଖାଯାଇଛି। ଗୋଟିଏ ମାସରେ ସେ ୬,୦୦୦ କମ୍ପୋଷ୍ଟିଙ୍ଗ କିଟ୍‌ ତେଲଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ନାଟକରେ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି। ଏହି ଛୋଟ କମ୍ପୋଷ୍ଟରକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରୁଛି।