ଏଇ ଭାରତରେ

ମୋବାଇଲ୍‌ ରିଚାର୍ଜ ନ ହେଲେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ବି ଭାଙ୍ଗି ଯାଇପାରେ! ଏମିତି ଏକ କଥା କେବେ ଶୁଣିଛନ୍ତି! ବିଶ୍ୱାସ ହେଉ ନ ଥିଲେ ବି ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ। ଏଠାରେ ତାଜଗଞ୍ଜ ଥାନା ଅଞ୍ଚଳରେ ମୋବାଇଲ୍‌ ରିଚାର୍ଜ ନ ହେବା ଘଟଣାକୁ ନେଇ ଏକ ଦମ୍ପତ୍ତି ରଗାରୁଷା ହୋଇ ଔପଚାରିକଭାବେ ଅଲଗା ବି ହୋଇଛନ୍ତି। ମାମଲାଟି ଏବେ ପରିବାର ଅଦାଲତରେ ପହଞ୍ଚିବା ପରେ ଚର୍ଚ୍ଚାର କାରଣ ପାଲଟିଛି। ମହିଳାଜଣକ ଫୋନ୍‌ ରିଚାର୍ଜ କରିବା ପାଇଁ ତାଙ୍କ ସ୍ବାମୀଙ୍କୁ କହିଥିଲେ। ମାତ୍ର କୌଣସି କାରଣରୁ ତାଙ୍କ ସ୍ବାମୀ ଫୋନ୍‌ ରିଚାର୍ଜ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଥିଲେ। ଏହି କଥାକୁ ନେଇ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। କଥା ଏପରି ହୋଇଥିଲା କି ପରସ୍ପର ଝଗଡା କରି ସେମାନେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଗଲେ। ଏମିତି ଏକ ଛୋଟିଆ କାରଣରୁ ସାତ ଜନ୍ମର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବିଶ୍ୱାସ ଓ ତ୍ୟାଗର ସମ୍ପର୍କକୁ ଭୁଲି ମହିଳାଜଣକ ସ୍ବାମୀଙ୍କ ଉପରେ ରାଗିଯାଇ ଘରଛାଡି ତାଙ୍କ ବାପଘରକୁ ଚାଲି ଯାଇଥିଲେ। ଏହାପରେ ତାଙ୍କ ନାମରେ ଥାନାରେ ଅଭିଯୋଗ ବି କରିଥିଲେ। ଘଟଣାଟି ପରିବାର ଅଦାଲତରେ ବିଚାରାଧୀନ ରହିଛି, କିନ୍ତୁ ମହିଳାଜଣକ କାଉନସିଲରଙ୍କ କୌଣସି ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉ ନାହାନ୍ତି। ତେଣୁ ଲୋକଙ୍କ ଜୀବନରେ ଏବେ ମୋବାଇଲ୍‌ ବ୍ୟବହାର କେତେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ଏହି ଘଟଣାରୁ ନିଶ୍ଚୟ ବୁଝା ପଡୁଥିବ। ଖାଲି ସେତିକି ନୁହେଁ ପତ୍ନୀଙ୍କ ମୋବାଇଲ୍‌ ଠିକ୍‌ ସମୟରେ ରିଚାର୍ଜ କରିବା ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ଏକଥା ବି ଅନେକେ ହୃଦୟଙ୍ଗମ କରିପାରୁଥିବେ!


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଯୋସେପ ଲୋବୋଙ୍କ ଘର କର୍ନାଟକ ଉଡୁପିର ଏକ ଗାଁରେ। ସେ ତାଙ୍କ ଅଗଣାରେ ବଗିଚାଟିଏ କରିଛନ୍ତି। ସେଥିରେ ସେ ଜୈବିକ ପଦ୍ଧତିରେ ବିଭିନ୍ନ କୋଳି, ସପେଟା,...

ଅନ୍ଧବିଶ୍ୱାସ ଫାଶ

ଅସିତ ମହାନ୍ତି   ୟୁପିର ହାଥରସ୍‌ରେ ଏକ ସତ୍‌ସଙ୍ଗ ସମୟରେ ବଡ଼ ଦୁର୍ଘଟଣା ଘଟି ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସତ୍‌ସଙ୍ଗର ଆୟୋଜନ,...

ଆଇନର ଶାସନ ଏକ ଉପହାସ

ସହଦେବ ସାହୁ   ଆମେ କଥାକଥାକେ କହିହେଉଛୁ ଆଇନ ଆଗରେ ସମସ୍ତେ ସମାନ: କାର୍ଯ୍ୟକ୍ଷେତ୍ରରେ ଏ ଗୋଟିଏ ଆଈମା’ଙ୍କ କାହାଣୀ, ଏକ ପୁରାଣ ଗପ! ଆଇନ...

ଆମେରିକାରେ ବନ୍ଧୁକ

ଆମେରିକା ପାଇଁ ଜୁଲାଇ ୪ ଏକ ସ୍ମରଣୀୟ ଦିବସ। ୧୭୭୬ ମସିହା ଏହି ଦିନ ବ୍ରିଟିଶ୍‌ ସରକାର ଅଧୀନରୁ ଆମେରିକା ସ୍ବାଧୀନତା ପାଇଥିଲା ଏବଂ ଏହାକୁ...

ଏଇ ଭାରତରେ

ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ...

ସମୟ ବଦଳିଗଲାଣି

ଡ. ସନ୍ତୋଷ କୁମାର ମହାପାତ୍ର ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି,...

ସେଇ ଚମତ୍କାରୀ ଚକାଆଖି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ...

ବାଇଡେନ୍‌ଙ୍କ ବୟସ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri