ଏଇ ଭାରତରେ

ଉତ୍ତରପ୍ରଦେଶ ବିଜ୍‌ନୋରରେ ରହୁଥିବା ଅଲି କୁମୈଲଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଦଶମ ପାସ୍‌। ବୃତ୍ତିରେ ସେ ଜଣେ ଏସି ମେକାନିକ। କିନ୍ତୁ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଟ୍ରାକ୍ଟର। ଏହି ଟ୍ରାକ୍ଟରର ବିଶେଷତ୍ୱ ହେଉଛି, ତାହା ସମ୍ପୂର୍ଣ୍ଣ ପୁରୁଣା ପାଟର୍‌ସରେ କରାଯାଇଛି। ଏହି ଟ୍ରାକ୍ଟର ବିଦ୍ୟୁତ୍‌ରେ ଚାଲୁଛି। ଟ୍ରାକ୍ଟର ନିର୍ମାଣରେ ୪୦% କାଠ ଓ ୬୦% ଲୁହା ବ୍ୟବହାର ହୋଇଛି। କୁମୈଲ ଆର୍ଥିକ ଅଭାବ ଯୋଗୁ ଦଶମରୁ ପଢ଼ା ଛାଡ଼ି ଦେଇଥିଲେ। କିନ୍ତୁ କିଛି ନୂଆ କରିବାର ଇଚ୍ଛା ତାଙ୍କ ମନରେ ରହିଥିଲା, ଯାହା ଏହି ଟ୍ରାକ୍ଟର ନିର୍ମାଣରେ ପ୍ରତିଫଳିତ ହୋଇଛି। ପ୍ରଥମେ ସେ ଜଣେ ଏସି ମେକାନିକ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ୫୦ହଜାର ଟଙ୍କା ସଞ୍ଚୟ କରି ସେହି ଅର୍ଥରେ ଟ୍ରାକ୍ଟର ତିଆରି ଆରମ୍ଭ କରିଥିଲେ। ଚାକିରିରୁ ସମୟ ବାହାର କରି ଏହି କାର୍ଯ୍ୟ କରୁଥିଲେ। ଏବେ ତାଙ୍କ ଟ୍ରାକ୍ଟରକୁ ଦେଖିବାକୁ ଭିଡ଼ ଜମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ...

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ...

ଧର୍ମୀୟ ସ୍ବାଧୀନତା ଓ ଭାରତ

ପ୍ରତିବର୍ଷ ୟୁନାଇଟେଡ୍‌ ଷ୍ଟେଟ୍‌ସ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ ଫ୍ରିଡମ୍‌ (ୟୁଏସ୍‌ସିଆଇଆର୍‌ଏଫ୍‌) ବିଶ୍ୱରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନରେ ଜଡ଼ିତ କିମ୍ବା ଏହାକୁ ଅନୁମତି ଦେଉଥିବା ଦେଶଗୁଡ଼ିକର...

ବାର୍ଦ୍ଧକ୍ୟର ଅନୁଚିନ୍ତା

ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର...

ପତଙ୍ଗ ଭାରତ

ଦେଶ ବା ରାଜ୍ୟ ଚଳେଇବା ଛୋଟିଆ କଥା ନୁହେଁ। ସରକାରୀ କଳକୁ ଚଳେଇବା ମଧ୍ୟ କୋଉ ଯୁଦ୍ଧଠାରୁ କମ୍‌ ନୁହେଁ। ପ୍ରତ୍ୟହ ନୂଆ ନୂଆ ଚ୍ୟାଲେଞ୍ଜ,...

ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image