ଏଇ ଭାରତରେ

ଗଛର ମହତ୍ତ୍ୱ ବୁଝାଇବାକୁ ମହାରାଷ୍ଟ୍ରର ଜଣେ ଯୁବକ ଏକ ବିହନ ବ୍ୟାଙ୍କ ଖୋଲିଛନ୍ତି। ଲାଟୁର ଜିଲାର ରେନାପୁର ତହସିଲର ବାସିନ୍ଦା ଶିବଶଙ୍କର ଚୋପାଲେ ଏହି ବିହନ ବ୍ୟାଙ୍କରୁ ଲୋକଙ୍କୁ ମାଗଣାରେ ବିହନ ଯୋଗାଉଛନ୍ତି। ୩୬ ବର୍ଷ ବୟସ୍କ ଶିବଶଙ୍କରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ଛାତ୍ର ଓ ନାଗରିକ ଗଛ ଲଗାଉଛନ୍ତି।
ତିନି ବର୍ଷ ପୂର୍ବେ ସେ ଏହି ପଦକ୍ଷେପ ଆରମ୍ଭ କରିଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୫,୦୦୦ ଲୋକ ଏବଂ ବହୁ ଏନ୍‌ଜିଓକୁ ମଞ୍ଜି ବଣ୍ଟନ କରିଛନ୍ତି। ଏହି ବିହନ ବ୍ୟାଙ୍କ ତାଙ୍କ ଘରେ ଖୋଲିଛନ୍ତି। ଏଥିରେ ୧୫୦ ପ୍ରକାରର ବିହନ ଅଛି। ଏକ ଘରୋଇ ଗ୍ୟାସ ଏଜେନ୍ସିରେ କାର୍ଯ୍ୟ କରୁଥିବା ଚୋପାଲେ କହିଛନ୍ତି, ସେ ଗଛ ଲଗାଇବା ପାଇଁ ଲୋକଙ୍କୁ ମାଗଣା ବିହନ ସହ ପରିବେଶ ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି। ସେ ବିହନ ବ୍ୟାଙ୍କ ମାଧ୍ୟମରେ ବୃକ୍ଷରୋପଣ ବୃଦ୍ଧି ସହ ପରିବେଶ ପ୍ରତି ଲୋକଙ୍କୁ ସଚେତନ କରୁଛନ୍ତି। ଶିବ ଶଙ୍କର କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ପିଲାଦିନରୁ ସେ ପ୍ରକୃତିକୁ ଭଲ ପାଉଥିଲେ। ସେ ମଧ୍ୟ ପ୍ଲାଷ୍ଟିକ ବୋତଲଗୁଡ଼ିକର ପୁନଃବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି। ଲୋକମାନେ ଏହି ଅଭିଯାନରେ ତାଙ୍କୁ ସମର୍ଥନ କରୁଛନ୍ତି। ଲାଟୁର ଜିଲା ପରିଷଦର କୃଷି ବିଭାଗର ଅଭିଯାନ ଅଧିକାରୀ ଗୋପାଳ ଶେରଖାନେ ଚୋପାଲେଙ୍କୁ ପ୍ରଶଂସା କରିଛନ୍ତି।