ଏଇ ଭାରତରେ

ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଏନ୍‌ଜିଓରେ ଭଲ ଦରମାରେ ଚାକିରି କରିଥିଲେ କେରଳ ଏର୍ନାକୁଲମ ନିବାସୀ ଜିତୁ ଥୋମାସ। ତାହାକୁ ଛାଡ଼ି ଏବେ ସେ ଛତୁଚାଷ କରି ଦିନକୁ ୪୦,୦୦୦ ଟଙ୍କା ଅର୍ଥାତ୍‌ ମାସକୁ ପ୍ରାୟ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ମା’ ଲିନା ତାଙ୍କୁ ସହଯୋଗ କରୁଛନ୍ତି। ଜିତୁ କୁମାରକୋମ୍‌ କୃଷି ବିଜ୍ଞାନ କେନ୍ଦ୍ରରୁ ଛତୁ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ଏହି ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଘରର ଏକ କୋଣରେ ଅଳ୍ପ ଜାଗାରେ ଓ ଏବେ ୫,୦୦୦ ବର୍ଗଫୁଟ ପରିମିତ ଜାଗାରେ ଚାଷ କରିବା ସହ ‘ଲିନା ମସ୍‌ରୁମ୍‌ ଫାର୍ମ’ ପ୍ରତିଷ୍ଠା କରିଛନ୍ତି। ଦିନକୁ ୧୦୦ କେଜି ଛତୁ ଉତ୍ପାଦନ କରୁଛନ୍ତି। ଏହା ସହ ତାଙ୍କ ନିଜ ଲାବ୍‌ରେ ଛତୁ ମଞ୍ଜି ମଧ୍ୟ ପ୍ରସ୍ତୁତ କରି ସେଥିରୁ ଲାଭ ପାଉଛନ୍ତି। ଏହି ଚାଷ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କରାଯାଉଛି। ଯେତିକି ଜାଗାରେ ୫ ହଜାର ବେଡ୍‌ ରହିବା କଥା, ସେତିକି ଜାଗାରେ ୨୦,୦୦୦ ବେଡ୍‌ ରଖିଛନ୍ତି। ଏଣୁ କମ୍‌ ଖର୍ଚ୍ଚରେ ଅଧିକ ଲାଭ ମିଳୁଛି। ଛତୁକୁ ପ୍ୟାକେଟ କରି ତାହାକୁ ୩୦ କିମି ଭିତରେ ଥିବା ମାର୍କେଟ୍‌ଗୁଡ଼ିକରେ ବିକ୍ରିର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧଳାହାତୀର ଦେଶ

ନିରଞ୍ଜନ ସାହୁ ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ...

ଯୁଧିଷ୍ଠିର ମହାରଣା

ସୋସିଆଲ ମିଡ଼ିଆ ଦୈନନ୍ଦିନ ଜୀବନଶୈଳୀର ଏକ ଅଙ୍ଗ ପାଲଟିଗଲାଣି। ଏଥିରେ ଅନେକ ପ୍ରସଙ୍ଗ ଉପରେ ମେସେଜ ଆସିଥାଏ। ଗୁଜବ କିମ୍ବା ବାସ୍ତବତା ଯାଞ୍ଚ ନ କରି...

ପୁନର୍ଜନ୍ମ ବିଶ୍ୱାସ

ମଣିଷର ଭାବନା ଏବଂ ଜ୍ଞାନକୁ ବୁଝାଇବା ପାଇଁ ପୁରାଣ ବହୁ ଚମତ୍କାର ଅବଧାରଣା ଉପସ୍ଥାପନ କରିଛି। ଦେଖିବାକୁ ଗଲେ ଈଶ୍ୱର ଏବଂ ସମାନତାର ଧାରଣା ପ୍ରକୃତିରେ...

ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର...

କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ

ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ...

ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌...

ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri