ଏଇ ଭାରତରେ

ମହିଳା ସରପଞ୍ଚ ଗଡ୍‌ଜେ ମୀନାକ୍ଷୀଙ୍କ କାର୍ଯ୍ୟ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଛି। ତାଙ୍କ ଉଦ୍ୟମରେ ତେଲଙ୍ଗାନାର ମୁଖରା ଗାଁ ସୌରଶକ୍ତି ଗାଁ ଭାବେ ପରିଚିତ ହାସଲ କରିପାରିଛି। କେବଳ ଏତିକି ନୁହେଁ, ସେ ଏହି ଗାଁକୁ ମଳମୁକ୍ତ ଗାଁ କରିବା ସହ ତା’ଚାରିପାଖରେ ଜଙ୍ଗଲ ସୃଷ୍ଟି କରିଛନ୍ତି। ଏହାବ୍ୟତୀତ ମୀନାକ୍ଷୀ ପ୍ରତ୍ୟେକ ଘରୁ ମିଳୁଥିବା ବର୍ଜ୍ୟରୁ ଖତ ତିଆରି କରି ତାହାକୁ ବିକ୍ରି କରୁଛନ୍ତି ଓ ସେଥିରୁ ମିଳୁଥିବା ଅର୍ଥକୁ ପଞ୍ଚାୟତ ବିକାଶରେ ଲଗାଉଛନ୍ତି। ମୀନାକ୍ଷୀ ପ୍ରାରମ୍ଭିକ ଜୀବନରେ ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିଲେ। ସେ ସ୍କୁଲକୁ ପଢିବାକୁ ୧୧ କି.ମି. ଯାଉଥିଲେ । ଶିକ୍ଷା ଶେଷ କରିବା ପରେ ଗାଁର ଦୁର୍ବଳ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍‌ ଅଭାବ ଆଦି ସମସ୍ୟା ତାଙ୍କୁ ପ୍ରଭାବିତ କରିଥିଲା। ସେ ଏଥିରେ ସୁଧାର ଆଣିବା ଲାଗି ସରପଞ୍ଚ ହେବାକୁ ଚେଷ୍ଟା କରି ସଫଳ ହୋଇଥିଲେ। ୨୦୧୯ରେ ସରପଞ୍ଚ ହେବା ପରେ ସେ ଗାଁର ପ୍ରତିଘର ଉପରେ ସୋଲାର ପ୍ୟାନେଲ ଲଗାଇ ବିଦ୍ୟୁତ୍‌ ଉପତ୍ାଦନ ବ୍ୟବସ୍ଥା କରିଛନ୍ତି। ସୋଲାର ବିଦ୍ୟୁତ୍‌ରେ ମୀନାକ୍ଷୀ ଷ୍ଟ୍ରିଟ୍‌ଲାଇଟ ମଧ୍ୟ ଲଗାଇଛନ୍ତି। ପ୍ରତ୍ୟେକ ଘରେ ସକ୍‌ପିଟ ନିର୍ମାଣ କରାଇଛନ୍ତି, ଯାହାଫଳରେ ମଶା ପ୍ରାଦୁର୍ଭାବ କମିଯାଇଛି। ସେ ପ୍ରତ୍ୟେକ ଘରୁ ମିଳୁଥିବା ବର୍ଜ୍ୟରୁ ଖତ ତିଆରି କରି ତାହାକୁ ବିକ୍ରି କରୁଛନ୍ତି ଓ ସେଥିରୁ ମିଳୁଥିବା ଅର୍ଥକୁ ପଞ୍ଚାୟତ ବିକାଶରେ ଲଗାଉଛନ୍ତି।