ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି ମୁଥେରି। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗଡ ମୋବିଲିଟି ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଟ୍ରାଇସାଇକେଲ ତିଆରି କରାଯାଇଛି। ଏହି କମ୍ପାନୀ ୨୦୨୧ରେ ଗଠନ କରାଯାଇଥିଲା। ଟ୍ରାଇ ସାଇକେଲରେ ୩୦୦ କେ.ଜି. ଜିନିଷ ନିଆଯାଇପାରୁଛି। ଘଣ୍ଟାକୁ ଏହା ୪୫ କି.ମି. ବେଗରେ ଯାଉଛି। ଏହା ମଧ୍ୟ ବର୍ଜ୍ୟ ବୋହିବା ଲାଗି ଉପଯୋଗୀ ବୋଲି କୁହନ୍ତି ଅଜିମ। ଏଥିରେ ମଧ୍ୟ ଗିୟର ବ୍ୟବସ୍ଥା ରଖାଯାଇଛି। ମେ’ ୨୦୨୩ରେ ପ୍ରଥମେ ଟ୍ରାଇ ସାଇକେଲ ତିଆରି ଆରମ୍ଭ କରାଯାଇଥିଲା। ଏବେ ଏହା ଶେଷ କରାଯାଇ ବିକ୍ରି ଆରମ୍ଭ ହୋଇଛି ଓ ଏବେସୁଦ୍ଧା କମ୍ପାନୀ ୨୦ଟି ସାଇକେଲ ବିକ୍ରି କରିସାରିଲାଣି। ଆସନ୍ତା ବର୍ଷ ୫୦୦ ସାଇକେଲ ବିକ୍ରି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। ଏହାର ଦାମ୍‌ ୧ ଲକ୍ଷରୁ ଦେଢ଼ ଲକ୍ଷ ରଖାଯାଇଛି। ଶତ ପ୍ରତିଶତ ସୌର ଶକ୍ତିରେ ଏହା ଚାଲୁଥିବାରୁ ଏହାର ବ୍ୟବହାର ପ୍ରଦୂଷଣ କମାଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଏବଂ ପରିବେଶ ପ୍ରଦୂଷଣ କମ୍‌ କରିବାରେ ଦିନକୁ ଦିନ ନୂଆ ନୂଆ ଉପାୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗର...

ଉପେକ୍ଷିତ ଜନମତ

ରବିନାରାୟଣ ସାମଲ   ଗତ ସାଧାରଣ ନିର୍ବାଚନରେ ସୁରଟ ଲୋକ ସଭା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ୮ ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର...

ଆମ ଭାରତୀୟ ରେଳପଥ

ସୌଭାଗ୍ୟ ସୁନ୍ଦରରାୟ   ଓଡ଼ିଶାରେ ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ ପୂରିବା ବେଳକୁ ପଶ୍ଚିମବଙ୍ଗରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଦୁର୍ଘଟଣାରେ ଗତ ୧୭ ତାରିଖ ସକାଳେ ୯ଜଣ...

ଭୋଟ ହେଉଛି ଗଙ୍ଗାସ୍ନାନ

୨୦୨୪ ଲୋକ ସଭା ନିର୍ବାଚନ ସରି ସରକାର ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ପାର୍ଲାମେଣ୍ଟରେ ତାଙ୍କ ଅଭିଭାଷଣ ରଖିସାରିଛନ୍ତି। ସେଥିରେ ସେ...

ଏଇ ଭାରତରେ

ପ୍ଲାଷ୍ଟିକ ବଟଲ ଓ କଭର ଇତ୍ୟାଦିରୁ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି ଠାଣେର ଜିନୟ ଗାଡା। ତାଙ୍କୁ ଏବେ ବୟସ ୨୦। ଛାତ୍ରାବସ୍ଥାରେ ସେ ଏଭଳି...

ସ୍ୱାଧୀନ ପରିବର୍ତ୍ତନକାରୀ

ଅଷ୍ଟାଦଶ ଲୋକ ସଭାର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଓଟପିଠିରେ ବସି ପାର୍ଲାମେଣ୍ଟ ଆସିଥିବା ରାଜସ୍ଥାନର ବନ୍‌ସଓ୍ବାରା ଏମ୍‌ପି ରାଜକୁମାର ରୋଆତ ଜାତୀୟ ସ୍ତରର...

ଦୁର୍ଘଟଣା ଓ ପଥ ସମ୍ମୋହନ

ବୈକୁଣ୍ଠନାଥ ମିଶ୍ର     ସରକାରୀ ଓ ବେସରକାରୀ ସ୍ତରରେ ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ...

ଅନାବଶ୍ୟକ ବିବୃତି

ଭାରତରେ ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଏକ ରିପୋର୍ଟ ପ୍ରକାଶ କରିଛି। ଜୁନ୍‌ ୨୮ରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri