ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି ମୁଥେରି। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗଡ ମୋବିଲିଟି ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଟ୍ରାଇସାଇକେଲ ତିଆରି କରାଯାଇଛି। ଏହି କମ୍ପାନୀ ୨୦୨୧ରେ ଗଠନ କରାଯାଇଥିଲା। ଟ୍ରାଇ ସାଇକେଲରେ ୩୦୦ କେ.ଜି. ଜିନିଷ ନିଆଯାଇପାରୁଛି। ଘଣ୍ଟାକୁ ଏହା ୪୫ କି.ମି. ବେଗରେ ଯାଉଛି। ଏହା ମଧ୍ୟ ବର୍ଜ୍ୟ ବୋହିବା ଲାଗି ଉପଯୋଗୀ ବୋଲି କୁହନ୍ତି ଅଜିମ। ଏଥିରେ ମଧ୍ୟ ଗିୟର ବ୍ୟବସ୍ଥା ରଖାଯାଇଛି। ମେ’ ୨୦୨୩ରେ ପ୍ରଥମେ ଟ୍ରାଇ ସାଇକେଲ ତିଆରି ଆରମ୍ଭ କରାଯାଇଥିଲା। ଏବେ ଏହା ଶେଷ କରାଯାଇ ବିକ୍ରି ଆରମ୍ଭ ହୋଇଛି ଓ ଏବେସୁଦ୍ଧା କମ୍ପାନୀ ୨୦ଟି ସାଇକେଲ ବିକ୍ରି କରିସାରିଲାଣି। ଆସନ୍ତା ବର୍ଷ ୫୦୦ ସାଇକେଲ ବିକ୍ରି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। ଏହାର ଦାମ୍‌ ୧ ଲକ୍ଷରୁ ଦେଢ଼ ଲକ୍ଷ ରଖାଯାଇଛି। ଶତ ପ୍ରତିଶତ ସୌର ଶକ୍ତିରେ ଏହା ଚାଲୁଥିବାରୁ ଏହାର ବ୍ୟବହାର ପ୍ରଦୂଷଣ କମାଇବାରେ ସାହାଯ୍ୟ କରିବ।